ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନାକରେ ଦିଆଯିବ କୋଭିଡ ଭାକ୍ସିନ, ମଞ୍ଜୁରୀ ଦେଲା ଡିସିଜିଆଇ

0

ନୂଆଦିଲ୍ଲୀ; ଆସିଲା ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ‘ଇନକୋଭାକ’ । ଏଣିକି ନାକରେ ଦିଆଯିବ କୋଭିଡ ଭାକ୍ସିନ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏଣିକି ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ ।

ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ । ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ । କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାର ୬ମାସ ପରେ ଇନକୋଭାକକୁ ନିଆଯାଇପାରିବ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ନାଜାଲ ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ପରୀକ୍ଷଣ ପରେ ଏବେ ଏହାକୁ ଅନୁମତି ମିଳିଛି।

Leave A Reply

Your email address will not be published.