ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ନାକରେ ଦିଆଯିବ କୋଭିଡ ଭାକ୍ସିନ, ମଞ୍ଜୁରୀ ଦେଲା ଡିସିଜିଆଇ

0

ନୂଆଦିଲ୍ଲୀ; ଆସିଲା ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ‘ଇନକୋଭାକ’ । ଏଣିକି ନାକରେ ଦିଆଯିବ କୋଭିଡ ଭାକ୍ସିନ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏଣିକି ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ ।

ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ । ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ । କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାର ୬ମାସ ପରେ ଇନକୋଭାକକୁ ନିଆଯାଇପାରିବ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ନାଜାଲ ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ପରୀକ୍ଷଣ ପରେ ଏବେ ଏହାକୁ ଅନୁମତି ମିଳିଛି।

Leave A Reply

Your email address will not be published.