ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଇତିହାସ ରଚିଲା ଇସ୍ରୋ

0

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଲଞ୍ଚ କରିଛି ୯ଟି ସାଟେଲାଇଟ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଏହି ୯ଟି ସାଟେଲାଇଟ ମଧ୍ୟରେ ରହିଛି ମୁଖ୍ୟ ସାଟେଲାଇଠ EOS-06 ଓ ୮ଟି ନାନୋସାଟେଲାଇଟ ।

ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି । ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ।

ଏହି ସାଟେଲାଇଟ୍ ଗୁଡିକ ସମୁଦ୍ର ଉପରେ ନଜର ରଖିବ । ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ଏହି ସାଟେଲାଇଟ୍ ସାହାଯ୍ୟ କରିବ । ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ । ଏହା ଆମକୁ ସାମୁଦ୍ରିକ ଝଡ଼ର ମୁକାବିଲା କରିବାରେ ସାହାଯ୍ୟ କରିବ । ଯେକୌଣସି ଘୂର୍ଣ୍ଣିବଳୟର ଆଗମନ ପୂର୍ବରୁ ଏହି ଉପଗ୍ରହଗୁଡ଼ିକରୁ ସୂଚନା ପାଇ ହେବ। ତେବେ ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯାଇଛି। ଏହି ସମ୍ପୂର୍ଣ୍ଣ ମିଶନ ପ୍ରାୟ ୨ ଘଣ୍ଟା ୨୦ ମିନିଟ୍ ଯାଏଁ ଚାଲିବ ।

ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ। ଗତ ୧୮ ନଭେମ୍ବରରେ ଶ୍ରୀହରିକୋଟା ସତୀଶ ଧୱନ୍ ସ୍ପେଶ ସେଣ୍ଟରରୁ ଏହାର ଲଞ୍ଚ ହୋଇଥିଲା।

Leave A Reply

Your email address will not be published.