ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଇତିହାସ ରଚିଲା ଇସ୍ରୋ

0

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଲଞ୍ଚ କରିଛି ୯ଟି ସାଟେଲାଇଟ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଏହି ୯ଟି ସାଟେଲାଇଟ ମଧ୍ୟରେ ରହିଛି ମୁଖ୍ୟ ସାଟେଲାଇଠ EOS-06 ଓ ୮ଟି ନାନୋସାଟେଲାଇଟ ।

ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି । ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ।

ଏହି ସାଟେଲାଇଟ୍ ଗୁଡିକ ସମୁଦ୍ର ଉପରେ ନଜର ରଖିବ । ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ଏହି ସାଟେଲାଇଟ୍ ସାହାଯ୍ୟ କରିବ । ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ । ଏହା ଆମକୁ ସାମୁଦ୍ରିକ ଝଡ଼ର ମୁକାବିଲା କରିବାରେ ସାହାଯ୍ୟ କରିବ । ଯେକୌଣସି ଘୂର୍ଣ୍ଣିବଳୟର ଆଗମନ ପୂର୍ବରୁ ଏହି ଉପଗ୍ରହଗୁଡ଼ିକରୁ ସୂଚନା ପାଇ ହେବ। ତେବେ ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯାଇଛି। ଏହି ସମ୍ପୂର୍ଣ୍ଣ ମିଶନ ପ୍ରାୟ ୨ ଘଣ୍ଟା ୨୦ ମିନିଟ୍ ଯାଏଁ ଚାଲିବ ।

ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ। ଗତ ୧୮ ନଭେମ୍ବରରେ ଶ୍ରୀହରିକୋଟା ସତୀଶ ଧୱନ୍ ସ୍ପେଶ ସେଣ୍ଟରରୁ ଏହାର ଲଞ୍ଚ ହୋଇଥିଲା।

Leave A Reply

Your email address will not be published.