ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ମିଳିମିଳାକୁ ନେଇ ‘ହୁ’ର ଚେତାବନୀ

0

ନୂଆଦିଲ୍ଲୀ; ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି ମିଳିମିଳା ସଂକ୍ରମଣ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଗତ କିଛି ଦିନ ଭିତରେ ମୁମ୍ବାଇରେ ମିଳିମିଳାର ସଂକ୍ରମଣ ଚିନ୍ତା ବଢାଇଛି । ଏଯାଏଁ ୨୩୩ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଛି। ତେଣୁ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ଡବ୍ଲ୍ୟୁଏଚଓ ଏକ ଚେତାବନୀ ଦେଇଛି । ‘ହୁ’ କହିଛି ଯେ, ଜଣେ ମିଳିମିଳା ରୋଗୀ ୧୨ରୁ ୧୮ଜଣଙ୍କୁ ସଂକ୍ରମିତ କରିପାରିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୨୦୨୧ରେ ସାରା ବିଶ୍ୱରେ ୯୦ଲକ୍ଷ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରୁ ୧ଲକ୍ଷ ୮୦ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱର ୨୨ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିଲା। ଟିକାକରଣ ଏବଂ ସତର୍କ ନରହିବା ମିଳିମିଳା ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ବିଶ୍ୱର ସବୁଠୁ ସଂକ୍ରାମକ ଭୂତାଣୁ ମଧ୍ୟରୁ ମିଳିମିଳା ଭୂତାଣୁ ଅନ୍ୟତମ। ଟିକାକରଣ ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି । ହୁ କହିଛି ଯେ ସାରା ବିଶ୍ୱରେ ମିଳିମିଳାକୁ ନିୟନ୍ତ୍ରଣ କରିବାକୁ ହେଲେ ୯୫ ପ୍ରତିଶତଙ୍କୁ ଟିକାକରଣ ଜରୁରୀ।

Leave A Reply

Your email address will not be published.