ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମିଳିମିଳାକୁ ନେଇ ‘ହୁ’ର ଚେତାବନୀ

0

ନୂଆଦିଲ୍ଲୀ; ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି ମିଳିମିଳା ସଂକ୍ରମଣ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଗତ କିଛି ଦିନ ଭିତରେ ମୁମ୍ବାଇରେ ମିଳିମିଳାର ସଂକ୍ରମଣ ଚିନ୍ତା ବଢାଇଛି । ଏଯାଏଁ ୨୩୩ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଛି। ତେଣୁ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ଡବ୍ଲ୍ୟୁଏଚଓ ଏକ ଚେତାବନୀ ଦେଇଛି । ‘ହୁ’ କହିଛି ଯେ, ଜଣେ ମିଳିମିଳା ରୋଗୀ ୧୨ରୁ ୧୮ଜଣଙ୍କୁ ସଂକ୍ରମିତ କରିପାରିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୨୦୨୧ରେ ସାରା ବିଶ୍ୱରେ ୯୦ଲକ୍ଷ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରୁ ୧ଲକ୍ଷ ୮୦ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱର ୨୨ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିଲା। ଟିକାକରଣ ଏବଂ ସତର୍କ ନରହିବା ମିଳିମିଳା ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ବିଶ୍ୱର ସବୁଠୁ ସଂକ୍ରାମକ ଭୂତାଣୁ ମଧ୍ୟରୁ ମିଳିମିଳା ଭୂତାଣୁ ଅନ୍ୟତମ। ଟିକାକରଣ ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି । ହୁ କହିଛି ଯେ ସାରା ବିଶ୍ୱରେ ମିଳିମିଳାକୁ ନିୟନ୍ତ୍ରଣ କରିବାକୁ ହେଲେ ୯୫ ପ୍ରତିଶତଙ୍କୁ ଟିକାକରଣ ଜରୁରୀ।

Leave A Reply

Your email address will not be published.