ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୁନିଆର ସବୁଠୁ ଦାମୀ ଔଷଧ ‘ହେମଜେନିକ୍ସ’

0

ଆମେରିକା; ଜାଣିଛନ୍ତି କି ଦୁନିଆର ସବୁଠୁ ଦାମୀ ଔଷଧ ବିଷୟରେ । ଏହି ଔଷଧର ଦାମ୍ ଶୁଣିଲେ ପ୍ରାୟ ସମସ୍ତଙ୍କ ହୋସ୍ ଉଡିଯିବ । ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏକ ଔଷଧକୁ ଦୁନିଆର ସବୁଠୁ ଦାମି ଔଷଧର ମାନ୍ୟତା ଦେଇଛନ୍ତି । ସେହି ଔଷଧର ନାଁ ହେଉଛି ‘ହେମଜେନିକ୍ସ’ । ଯାହାର ଗୋଟିଏ ଡୋଜ ପିଛା ୩.୫ ମିଲିୟନ୍ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟ ଅନୁଯାୟୀ ଏହା ପ୍ରାୟ ୨୮ କୋଟି ଟଙ୍କା ହେବ । ଏହି ଔଷଧ ହିମୋଫେଲିଆ-ବି ରୋଗରେ ପୀଡିତ ଥିବା ରୋଗୀଙ୍କୁ ଦିଆଯାଏ । ହେମୋଫିଲିଆ ହେଉଛି ରକ୍ତସ୍ରାବ ଜନିତ ରୋଗ । ଏହା ଏକ ଜେନେଟିକ୍ ରୋଗ ଏବଂ ବହୁତ କମ୍ ଲୋକଙ୍କଠାରେ ଦେଖାଯାଏ । ଏହି ରୋଗ ହେତୁ ଶରୀରରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ମନ୍ଥର ହୋଇଯାଏ ଏବଂ ଥରେ ରକ୍ତ ପ୍ରବାହ ଆରମ୍ଭ ହେଲେ ଏହା ଶୀଘ୍ର ବନ୍ଦ ହୋଇନଥାଏ । ଏପରି ପରିସ୍ଥିତିରେ, ଯଦି ବ୍ୟକ୍ତିକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସେ ମୃତ୍ୟୁମୁଖକୁ ମଧ୍ୟ ଚାଲିଯାଇଥାନ୍ତି ।

ରିପୋର୍ଟ ଅନୁଯାୟୀ ଏହି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ । ଭାରତରେ ଜନ୍ମିତ ପ୍ରତି ୫୦୦୦ ପୁରୁଷଙ୍କ ମଧ୍ୟରୁ ଜଣେ ହେମୋଫିଲିଆ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଅର୍ଥାତ୍ ପ୍ରତିବର୍ଷ ଆମ ଦେଶରେ ପ୍ରାୟ ୧୩୦୦ ପିଲା ହେମୋଫିଲିଆ ସହିତ ଜନ୍ମ ହୁଅନ୍ତି । ଗ୍ଲୋବାଲ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଦେଶରେ ହେମୋଫିଲିଆ-ବି ପାଇଁ ଏହା ହେଉଛି ପ୍ରଥମ ଜିନ୍ ଥେରାପି । ବୈଜ୍ଞାନିକଙ୍କ କହିବା କଥା ହେଲା ଏହି ଔଷଧ ରୋଗକୁ ଠିକ୍ କରିଥାଏ । ରୋଗକୁ ଆଖି ଆଗରେ ରଖି ଏହି ମେଡିସିନ ତିଆରି କରାଯାଇଛି।

Leave A Reply

Your email address will not be published.