ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଦୁନିଆର ସବୁଠୁ ଦାମୀ ଔଷଧ ‘ହେମଜେନିକ୍ସ’

0

ଆମେରିକା; ଜାଣିଛନ୍ତି କି ଦୁନିଆର ସବୁଠୁ ଦାମୀ ଔଷଧ ବିଷୟରେ । ଏହି ଔଷଧର ଦାମ୍ ଶୁଣିଲେ ପ୍ରାୟ ସମସ୍ତଙ୍କ ହୋସ୍ ଉଡିଯିବ । ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏକ ଔଷଧକୁ ଦୁନିଆର ସବୁଠୁ ଦାମି ଔଷଧର ମାନ୍ୟତା ଦେଇଛନ୍ତି । ସେହି ଔଷଧର ନାଁ ହେଉଛି ‘ହେମଜେନିକ୍ସ’ । ଯାହାର ଗୋଟିଏ ଡୋଜ ପିଛା ୩.୫ ମିଲିୟନ୍ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟ ଅନୁଯାୟୀ ଏହା ପ୍ରାୟ ୨୮ କୋଟି ଟଙ୍କା ହେବ । ଏହି ଔଷଧ ହିମୋଫେଲିଆ-ବି ରୋଗରେ ପୀଡିତ ଥିବା ରୋଗୀଙ୍କୁ ଦିଆଯାଏ । ହେମୋଫିଲିଆ ହେଉଛି ରକ୍ତସ୍ରାବ ଜନିତ ରୋଗ । ଏହା ଏକ ଜେନେଟିକ୍ ରୋଗ ଏବଂ ବହୁତ କମ୍ ଲୋକଙ୍କଠାରେ ଦେଖାଯାଏ । ଏହି ରୋଗ ହେତୁ ଶରୀରରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ମନ୍ଥର ହୋଇଯାଏ ଏବଂ ଥରେ ରକ୍ତ ପ୍ରବାହ ଆରମ୍ଭ ହେଲେ ଏହା ଶୀଘ୍ର ବନ୍ଦ ହୋଇନଥାଏ । ଏପରି ପରିସ୍ଥିତିରେ, ଯଦି ବ୍ୟକ୍ତିକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସେ ମୃତ୍ୟୁମୁଖକୁ ମଧ୍ୟ ଚାଲିଯାଇଥାନ୍ତି ।

ରିପୋର୍ଟ ଅନୁଯାୟୀ ଏହି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ । ଭାରତରେ ଜନ୍ମିତ ପ୍ରତି ୫୦୦୦ ପୁରୁଷଙ୍କ ମଧ୍ୟରୁ ଜଣେ ହେମୋଫିଲିଆ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଅର୍ଥାତ୍ ପ୍ରତିବର୍ଷ ଆମ ଦେଶରେ ପ୍ରାୟ ୧୩୦୦ ପିଲା ହେମୋଫିଲିଆ ସହିତ ଜନ୍ମ ହୁଅନ୍ତି । ଗ୍ଲୋବାଲ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଦେଶରେ ହେମୋଫିଲିଆ-ବି ପାଇଁ ଏହା ହେଉଛି ପ୍ରଥମ ଜିନ୍ ଥେରାପି । ବୈଜ୍ଞାନିକଙ୍କ କହିବା କଥା ହେଲା ଏହି ଔଷଧ ରୋଗକୁ ଠିକ୍ କରିଥାଏ । ରୋଗକୁ ଆଖି ଆଗରେ ରଖି ଏହି ମେଡିସିନ ତିଆରି କରାଯାଇଛି।

Leave A Reply

Your email address will not be published.