ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଶତ୍ରୁ ଡ୍ରୋନକୁ ରୋକିବ ଭାରତୀୟ ସେନାର ‘ଇଗଲ ବାହିନୀ’

0

ଉତ୍ତରାଖଣ୍ଡ; ଏଣିକି ଚିଲ ଖସାଇବ ଶତ୍ରୁ ପକ୍ଷର ଡ୍ରୋନ୍ । ସୀମାରେ ପ୍ରବେଶ ମାତ୍ରେ ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ‘ଇଗଲ ବାହିନୀ’ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଫାଲକନ୍ ଟ୍ରୁପ୍’ ବା ‘ଇଗଲ ବାହିନୀ’ । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି । ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ । ପ୍ରଶିକ୍ଷିତ ଚିଲ ଜରିଆରେ ଭାରତୀୟ ସେନାର ଏହା ନୂଆ ଯୋଜନା । ଭାରତୀୟ ସୀମାକୁ କୌଣସି ଡ୍ରୋନ୍ ପଶିଲେ ଆକ୍ରମଣ କରିବ ଚିଲ ।

ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇବ ଭାରତୀୟ ସେନା । ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାର ପ୍ରଦର୍ଶନ କରାଯାଇଛି । ସୂଚନା ଅନୁଯାୟୀ, ଭାରତୀୟ ସେନାରେ ଆଉ ଏକ ଶକ୍ତି ସାମିଲ ହେବାକୁ ଯାଉଛି, ଚିଲ ଶକ୍ତି । ଏହି ସେନାରେ ଅଛନ୍ତି ଶହଶହ ପ୍ରଶିକ୍ଷିତ ଚିଲ, ଯିଏ ଶତ୍ରୁର ଡ୍ରୋନକୁ କ୍ଷଣକେ ଚୁରମାର କରିପକାଇବେ । ଏଥିପାଇଁ ଭାରତୀୟ ସେନା ଏମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଙ୍ଗ ଦେଉଛି । ଆଣ୍ଟି ଡ୍ରୋନ ଚିଲ ଓ ଆଣ୍ଟି ଡ୍ରୋନ୍ ଡଗ୍ ଟ୍ରେନିଙ୍ଗ ଏବେ ମିରଟର ରିମାଉଣ୍ଟ ଭେଟେରେନାରୀ କୋର୍ ସେଣ୍ଟରରେ ଚାଲିଛି । ଖୁବ୍ ଶୀଘ୍ର ଏହି ଦୁଇ ପଶୁ ଓ ପକ୍ଷୀ ସେନା ମିଳିତ ଭାବେ ଭାରତୀୟ ସେନାର ଆଣ୍ଟି ଡ୍ରୋନ୍ ମିଶନରେ ସାମିଲ ହେବେ ।

ତେବେ ଚିଲଙ୍କୁ ମୁତୟନ କରିବାର ଆଉ ଏକ ମୁଖ୍ୟ କାରଣ ରହିଛି । ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ହତିଆର ସପ୍ଲାଏ ,ଡ୍ରଗ୍ସ ଓ ସ୍ମଗଲିଙ୍ଗ କରାଯାଉଛି । ହେଲେ ସ୍ୱଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡିକ ରାଡାର ନିଜରରେ ପଡିନଥାଏ । ଏଥିପାଇଁ ଚିଲକୁ ହତିଆର କରି ଆଣ୍ଟି ଡ୍ରୋନ୍ ମିଶନ୍ ଆରମ୍ଭ କରିଛି ଭାରତୀୟ ସେନା ।

Leave A Reply

Your email address will not be published.