ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିଲଡିଂରେ ନିଆଁ ଲାଗି ୩ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ; ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏକ ବିଲଡିଂରେ ନିଆଁ ଲାଗି ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି, ତା’ର ତଳ ମହଲାରେ ଗୋଟିଏ ଇଲେକ୍ଟ୍ରି ଦୋକାନ ରହିଥିଲା। ପ୍ରଥମେ ଦୋକାନରେ ନିଆଁ ଲାଗିଥିଲା ଓ ପରେ ଏହା ଉପର ମହଲାରେ ରହୁଥିବା ମାଲିକଙ୍କ ଘରକୁ ବ୍ୟାପିଥିଲା। ଫଳରେ ଦୋକାନ ସହ ମାଲିକଙ୍କ ଘର ମଧ୍ୟ ନିଆଁରେ ପୋଡ଼ି ହୋଇ ଧ୍ୱଂସ ହୋଇଯାଇଛି।

ସୂଚନାଯୋଗ୍ୟ; ବିଲଡିଂର ତଳ ମହଲାରେ ଗୋଟିଏ ଇନଭଟର ଦୋକାନ ରହିଥିଲା। ସମ୍ଭବତଃ ଶର୍ଟସର୍କିଟ ଯୋଗୁ ପ୍ରଥମେ ଏଠାରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ପୂରା ବିଲଡିଂକୁ ବ୍ୟାପିଥିଲା। ଖବର ପାଇ ୧୮ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।ପାଖାପାଖି ୨ରୁ ୩ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପୂର୍ବରୁ ୩ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ଅନ୍ୟ ୩ ଜଣଙ୍କୁ ବିଲଡିଂ ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.