ନୂଆଦିଲ୍ଲୀ; ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ । ତେବେ ଛୁଟି ତାଲିକା ନେଇ ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍ କରନ୍ତୁ । ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
ଡିସେମ୍ବର ପାଇଁ ଜାରି ହୋଇଥିବା ଛୁଟି ତାଲିକା…
• ଡିସେମ୍ବର ୩: (ଶନିବାର)- ସେଣ୍ଟ୍ ଜାଭିୟର ଫିଷ୍ଟ୍- ଗୋଆରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୪: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୦: (ଶନିବାର)- ଦ୍ୱିତୀୟ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୧: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୨: (ସୋମବାର)- Pa Togan Nengminja Sangma- ମେଘାଳୟରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୮: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୯: (ସୋମବାର)- ଗୋଆ ଲିବରେସନ୍-ଡେ’- ଗୋଆରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୪: (ଶନିବାର)- ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୫: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୬: (ସୋମବାର)- ଖ୍ରୀଷ୍ଟମାସ୍ ଯୋଗୁଁ ମିଜୋରାମ, ସିକ୍କିମ୍, ମେଘାଳୟରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୯: (ଗୁରୁବାର)- ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜନ୍ମଦିନ- ଚଣ୍ଡୀଗଡ଼ରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୩୦: (ଶୁକ୍ରବାର)- U Kiang Nangbah- ମେଘାଳୟରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୩୧: (ଶନିବାର)- ନୂଆ ବର୍ଷର ପୂର୍ବ ସନ୍ଧ୍ୟା ଏବଂ ଚତୁର୍ଥ ଶନିବାର ଯୋଗୁଁ ଦେଶରେ ବ୍ୟାଙ୍କ ବନ୍ଦ
ପ୍ରମୁଖ ଖବର
ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍ଆଇଆର୍ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍ ଓ ପାଂଶୁଲ ନିଟ୍-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି