ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଡିସେମ୍ବର ମାସର ଛୁଟି ତାଲିକା ଘୋଷଣା କଲା ଆରବିଆଇ

0

ନୂଆଦିଲ୍ଲୀ; ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ବରରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ । ତେବେ ଛୁଟି ତାଲିକା ନେଇ ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍‌ କରନ୍ତୁ । ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
ଡିସେମ୍ବର ପାଇଁ ଜାରି ହୋଇଥିବା ଛୁଟି ତାଲିକା…
• ଡିସେମ୍ବର ୩: (ଶନିବାର)- ସେଣ୍ଟ୍‌ ଜାଭିୟର ଫିଷ୍ଟ୍‌- ଗୋଆରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୪: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୦: (ଶନିବାର)- ଦ୍ୱିତୀୟ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୧: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୨: (ସୋମବାର)- Pa Togan Nengminja Sangma- ମେଘାଳୟରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୮: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୧୯: (ସୋମବାର)- ଗୋଆ ଲିବରେସନ୍‌-ଡେ’- ଗୋଆରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୪: (ଶନିବାର)- ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୫: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୬: (ସୋମବାର)- ଖ୍ରୀଷ୍ଟମାସ୍‌ ଯୋଗୁଁ ମିଜୋରାମ, ସିକ୍କିମ୍‌, ମେଘାଳୟରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୨୯: (ଗୁରୁବାର)- ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜନ୍ମଦିନ- ଚଣ୍ଡୀଗଡ଼ରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୩୦: (ଶୁକ୍ରବାର)- U Kiang Nangbah- ମେଘାଳୟରେ ବ୍ୟାଙ୍କ ବନ୍ଦ
• ଡିସେମ୍ବର ୩୧: (ଶନିବାର)- ନୂଆ ବର୍ଷର ପୂର୍ବ ସନ୍ଧ୍ୟା ଏବଂ ଚତୁର୍ଥ ଶନିବାର ଯୋଗୁଁ ଦେଶରେ ବ୍ୟାଙ୍କ ବନ୍ଦ

Leave A Reply

Your email address will not be published.