ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଆଦାନିଙ୍କ ଦଖଲରେ ଏନଡିଟିଭି, ଇସ୍ତଫା ଦେଲେ ପ୍ରଣୟ ଓ ରାଧିକା ରାୟ

0

ନୂଆଦିଲ୍ଲୀ: ଖୁବଶୀଘ୍ର ଏନଡିଟିଭିର ମାଲିକାନା ପରିବର୍ତ୍ତନ ହେବ। ଅର୍ଥାତ୍ ଜାତୀୟ ନ୍ୟୁଜ ଚ୍ୟାନେଲ ଏନଟିଭିକୁ ନିଜ ଦଖଲକୁ ନେବେ ଶିଳ୍ପପତି ଗୌତମ ଆଦାନି। ନ୍ୟୁ ଦିଲ୍ଲୀ ଟେଲିଭିଜନ ଅଧିଗ୍ରହଣ କରିବାକୁ ଆଦାନୀ ଗ୍ରୁପର ଖୋଲା ପ୍ରସ୍ତାବ ପରେ ଏବେ ଆରଆରପିଆର ହୋଲଡିଂ ପ୍ରାଇଭେଟ ଲିମିଟେଡ ବୋର୍ଡର ନିର୍ଦ୍ଦେଶକ ପଦରୁ ପ୍ରଣୟ ରାୟ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଧୀକା ରାୟ ଇସ୍ତଫା ଦେଇଛନ୍ତି । ସେପଟେ ଉଭୟଙ୍କ ଇସ୍ତଫା ପରେ ବୋର୍ଡ ତରଫରୁ ସୁଦିପ୍ତ ଭଟ୍ଟାଚାର୍ଯ୍ୟ, ସଂଜୟ ପୁଗାଲିୟା ଓ ସେନ୍ଥିଲ ସିନେୟାଙ୍କୁ ନିର୍ଦ୍ଦେଶକ ମଣ୍ଡଳର ତକ୍ରାଳ ପ୍ରଭାବରେ ନିଯୁକ୍ତି ଦେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ; ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଆଦାନୀ ଗ୍ରୁପ ଏନଡିଟିଭି ଲିମିଟେଡର ୨୯.୧୮ ପ୍ରତିଶତ ସେୟାର କିଣିନେଇଥିଲେ । ଏହାପରେ ଆଦାନୀ ଗ୍ରୁପ ଏନଡିଟିଭିର ଆଉ ୨୬ ପ୍ରତିଶତ ଅଂଶଧନ କିଣିବାକୁ ସେବିର ନିୟମ ମୁତାବକ ଏକ ଖୋଲା ପ୍ରସ୍ତାବ ରଖିବ । ଏନେଇ ଆଦାନୀ ଗ୍ରୁପ ତରଫରୁ ନଭେମ୍ବର ୨୨ ତାରିଖରେ ଏକ ଓପନ ଅଫର ଲଂଚ କଲା, ଯାହାକି ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ।

ଗତକାଲି କମ୍ପାନୀର ଡିରେକ୍ଟର୍ସ ବୋର୍ଡରେ ଉଭୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ ମଧ୍ୟ କରି ନିଆଯାଇଛି। ପ୍ରଣୟ ହେଉଛନ୍ତି ଏନଡିଟିଭିର ଅଧ୍ୟକ୍ଷ ଓ ରାଧିକା ହେଉଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଆଦାନୀ ଗ୍ରୁପ୍‌ କୌଶଳକ୍ରମେ ଏନଡିଟିଭିର ଶେୟାର କିଣି ନେଇଥିବାରୁ ସେମାନେ ଇସ୍ତଫା ଦେଇଥିବା କୁହାଯାଉଛି। ରୟ ଦମ୍ପତିଙ୍କ ଇସ୍ତଫା ସମ୍ପର୍କରେ ଏନଡିଟିଭି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇ ଦେଇଛି। ଆଦାନୀ ଗ୍ରୁପ୍ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (ଏନଡିଟିଭି)କୁ ଦଖଲ କରିବା ପାଇଁ ଖୋଲା ଅଫର ଆଣିଥିବା ବେଳେ ଏପରି ଘଟଣା ଘଟିଛି। ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ୯୯.୫ ପ୍ରତିଶତ ଶେୟାର ଆଦାନି ଗ୍ରୁପ ହାସଲ କରିନେଇଛି। ତେଣୁ ଗୌତମ ଆଦାନି ଏବେ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ମାଲିକ ହୋଇଛନ୍ତି।

ସୂଚନା ଅନୁଯାୟୀ, ଅଗଷ୍ଟ ମାସ ୨୩ ତାରିଖରେ ଭିସିପିଏଲ୍ ଏନଡିଟିଭିର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ୯୯.୫% ଅଂଶଧନ କିଣିଥିଲା । ଭିସିପିଏଲ ହେଉଛି ଏଏମଜି ମିଡିଆ ନେଟୱାର୍କ ଲିମିଟେଡର ଏକ ସହାୟକ କମ୍ପାନୀ, ଯେଉଁଥିରେ ୧୦୦% ଅଂଶଧନ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡର ରହିଛି। ତେଣୁ ଗୌତମ ଆଦାନି ଏବେ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ମାଲିକ ହୋଇଛନ୍ତି । ସୂଚନା ଅନୁଯାୟୀ, ୨୦୦୯ ଓ ୨୦୧୦ ମସିହାରେ ଭିସିପିଏଲ NDTVର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃକୁ ୪୦୩.୮୫ କୋଟି ଟଙ୍କା ଋଣ ଦେଇଥିଲା। ଏହା ବଦଳରେ ଏନଡିଟିଭିର ୨୯.୧୮% ଶେୟାର କମ୍ପାନୀ ନିଜ ପାଖରେ ରଖିଥିଲା।

ଏଥି ସହିତ ଆଦାନି ଗ୍ରୁପ୍ ଏନଡିଟିଭିର ଆଉ ୨୬% ଅଂଶଧନ ପାଇଁ ବଜାରରେ ଏକ ଖୋଲା ଅଫର ଘୋଷଣା କରିଛି। ଏହା ଡିସେମ୍ବର ୫ ଯାଏ ଚାଲିବ। ଏହି ଖୋଲା ଅଫର ଦ୍ୱାରା ଆଦାନି ଗ୍ରୁପ ଉକ୍ତ ୨୬% ଅଂଶଧନକୁ ମଧ୍ୟ ନିଜ ପାଖକୁ ନେବ। ଏହାପରେ ଏନଡିଟିଭିର ସଂପୂର୍ଣ୍ଣ ଭାବେ ଆଦାନି ଗ୍ରୁପ୍‌ର ହୋଇଯିବ।

Leave A Reply

Your email address will not be published.