ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଟ୍ରକକୁ ପିଟିଲା କାର ; ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ

0

ଖୋର୍ଦ୍ଧା; ଆନ୍ଧ୍ରରୁ ପୁରୀ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଦ୍ରୁତ  ଗତିରେ ଆସୁଥିବା ଏକ କାର୍‌ ପିଟି ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି।

ସୂଚନା ଅନୁଯାୟୀ, ଏକ ଟ୍ରକ୍‌ଟି ଖରାପ ହୋଇ ଯାଇଥିବାରୁ NH-୧୬ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ସକାଳୁ କୁହୁଡ଼ି ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ୨ ଯୁବକ ଓ ୨ ଯୁବତୀ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି କାର୍‌ ଭିତରୁ ୪ ଜଣଙ୍କୁ ବାହାର କରିଥିବା ବେଳେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ମୃତଦେହ ଗୁଡ଼ିକୁ ଖୋର୍ଦ୍ଧା ମେଡିକାଲକୁ ପଠାଇ ଦିଆଯାଇଛି। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନି ।

Leave A Reply

Your email address will not be published.