ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ

0

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ। ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍ ସକାଳ ସାଢେ ୮ଟା ଠାରୁ ସାଢେ ୧୨ଟା ଓ ଅପରାହ୍ନରେ ପୁଣି ସାଢେ ଗୋଟେ ଠାରୁ ସାଢେ ୪ଟା ପର୍ଯ୍ୟନ୍ତ ରୋଗୀଙ୍କ ପଞ୍ଜିକରଣ ହୋଇପାରିବ ।

ସେହିଭଳି ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଓପିଡି ସମୟ ପ୍ରକାରେ ଖୋଲା ରହିବ । ସପ୍ତାହର ସମସ୍ତ ଦିନ ଏହି ସୁବିଧା ଉପଲବ୍ଧ ହେବ । ତେବେ ଜରୁରୀକାଳୀନ ଚିକିତ୍ସା ୨୪ଘଣ୍ଟା ଉପଲବ୍ଧ ହେବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ପରେ ଏହି ସମୟସୂଚୀରେ ପରିବର୍ତ୍ତନ କରାଯାଇଛି ।

ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ପିଜି କୋର୍ସ ଖୋଲିବା ସହ ଏହା PGIMER ଏବଂ କ୍ୟାପିଟାଲ ହସ୍ପିଟାଲରେ ପରିଣତ ହୋଇଥିବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.