ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଆଜିଠୁ ଡିଜିଟାଲ କରେନ୍ସି ସେବା ଆରମ୍ଭ

0

ନୂଆଦିଲ୍ଲୀ; ଆଜିଠାରୁ ଡିଜିଟାଲ କରେନ୍ସି ସେବା ଆରମ୍ଭ ହେବ। ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷାମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସି ସେବା ଆରମ୍ଭ କରାଯିବ । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ସୁବିଧାଜନକ ହେବ ।

କିଛି ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇ ପାରିବ ଏବଂ ନଗଦ ଟଙ୍କାରେ ବି ପରିଣତ କରାଯାଇ ପାରିବ । ଇଲୋକ୍ଟ୍ରୋନିକ୍ସ ମାଧ୍ୟମରେ ଇ-ଟଙ୍କାର ବ୍ୟବହାର କରାଯିବ । ଇ-ଟଙ୍କା ପ୍ରଚଳନ ନେଇ ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। 

Leave A Reply

Your email address will not be published.