ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଗିରଫ ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

0

ନୂଆଦିଲ୍ଲୀ; କାଲିଫର୍ଣ୍ଣିଆରୁ ଗିରଫ ହେଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ । ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗିରଫ କରିଛି ଗୁଇନ୍ଦା ବିଭାଗ । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବରାରକୁ ଅଟକ ରଖାଯାଇଛି। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ନଭେମ୍ବର ୨୦ କିମ୍ବା ଏହା ପୂର୍ବରୁ କାଲିଫର୍ନିଆରେ ଅଟକ ରଖାଯାଇଥିଲା। ତେବେ ଏନେଇ କାଲିଫର୍ନିଆରୁ ଭାରତ ସରକାର କୌଣସି ସରକାରୀ ବିବୃତ୍ତି ଗ୍ରହଣ କରିନାହାଁନ୍ତି।

ସୂଚନା ଅନୁଯାୟୀ, ସତିନ୍ଦରଜିତ୍ ସିଂହ ଓରଫ୍ ଗୋଲ୍ଡି ବରାର ଗାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ । ଗୋଲ୍ଡି ବିରୋଧରେ ୧୬ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଚଳିତ ବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସହାଯ୍ୟରେ ସିଦ୍ଧୁ ନିଜ ଜିପରେ ଯାଉଥିବାବେେଳେ ତାଙ୍କୁ ଆଖିବୁଜ ଗୁଳିଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.