ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଗିରଫ ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

0

ନୂଆଦିଲ୍ଲୀ; କାଲିଫର୍ଣ୍ଣିଆରୁ ଗିରଫ ହେଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ । ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗିରଫ କରିଛି ଗୁଇନ୍ଦା ବିଭାଗ । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବରାରକୁ ଅଟକ ରଖାଯାଇଛି। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ନଭେମ୍ବର ୨୦ କିମ୍ବା ଏହା ପୂର୍ବରୁ କାଲିଫର୍ନିଆରେ ଅଟକ ରଖାଯାଇଥିଲା। ତେବେ ଏନେଇ କାଲିଫର୍ନିଆରୁ ଭାରତ ସରକାର କୌଣସି ସରକାରୀ ବିବୃତ୍ତି ଗ୍ରହଣ କରିନାହାଁନ୍ତି।

ସୂଚନା ଅନୁଯାୟୀ, ସତିନ୍ଦରଜିତ୍ ସିଂହ ଓରଫ୍ ଗୋଲ୍ଡି ବରାର ଗାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ । ଗୋଲ୍ଡି ବିରୋଧରେ ୧୬ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଚଳିତ ବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସହାଯ୍ୟରେ ସିଦ୍ଧୁ ନିଜ ଜିପରେ ଯାଉଥିବାବେେଳେ ତାଙ୍କୁ ଆଖିବୁଜ ଗୁଳିଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.