ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାଜଧାନୀରେ ଅଳିଆ ଉଠେଇବ ‘ଜଟାୟୁ’

0

ଭୁବନେଶ୍ବର; ପରିମଳ ବ୍ୟବସ୍ଥା ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଭୁବନେଶ୍ୱର ମହାନଗର ନିଗମ । ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଆରମ୍ଭ ହୋଇଛି ସଫେଇ । ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ଏହି ମେସିନ୍ କ୍ଷମତା ୧.୫ ଟନ୍ ରହିଛି । ୯ ଇଞ୍ଚ ମୋଟେଇ ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି । ମେସିନ୍‌ରେ ଲାଗିଥିବା ଭାକ୍ୟୁମ୍ ଅଳିଆକୁ ପାଇପ୍‌ ଜରିଆରେ ଶୋଷି ନେଇ ଡଷ୍ଟବିନ୍‌ ଡ୍ରମ୍‌ରେ ଗଦା କରି ଦେଉଛି । ଯାହାକୁ ପରେ ଅଳିଆ ବୁହା ଗାଡ଼ି ଯୋଗେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଇ ଦିଆଯାଇଥାଏ ।

ଏହି ମେସିନକୁ ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛି ।

Leave A Reply

Your email address will not be published.