ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ଅଳିଆ ଉଠେଇବ ‘ଜଟାୟୁ’

0

ଭୁବନେଶ୍ବର; ପରିମଳ ବ୍ୟବସ୍ଥା ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଭୁବନେଶ୍ୱର ମହାନଗର ନିଗମ । ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଆରମ୍ଭ ହୋଇଛି ସଫେଇ । ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ଏହି ମେସିନ୍ କ୍ଷମତା ୧.୫ ଟନ୍ ରହିଛି । ୯ ଇଞ୍ଚ ମୋଟେଇ ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି । ମେସିନ୍‌ରେ ଲାଗିଥିବା ଭାକ୍ୟୁମ୍ ଅଳିଆକୁ ପାଇପ୍‌ ଜରିଆରେ ଶୋଷି ନେଇ ଡଷ୍ଟବିନ୍‌ ଡ୍ରମ୍‌ରେ ଗଦା କରି ଦେଉଛି । ଯାହାକୁ ପରେ ଅଳିଆ ବୁହା ଗାଡ଼ି ଯୋଗେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଇ ଦିଆଯାଇଥାଏ ।

ଏହି ମେସିନକୁ ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛି ।

Leave A Reply

Your email address will not be published.