ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ହ୍ୟାକରଙ୍କ ଟାର୍ଗେଟରେ ଆଇସିଏମଆର

0

ନୂଆଦିଲ୍ଲୀ; ଦିନକୁ ଦିନ ବଢୁଛି ହ୍ୟାକରଙ୍କ ଦୌରାତ୍ମ୍ୟ । ପୂର୍ବରୁ ଦିଲ୍ଲୀ ଏମ୍ସ, ପରେ ଜଳଶକ୍ତି ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ଆଉ ଏବେ ଆଇସିଏମଆର ଓ୍ବେବସାଇଟ୍ ଉପରେ ଆଟାକ କରିଛନ୍ତି ହ୍ୟାକର । ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ ତାହା ସଚଳ ହୋଇ ପାରିନାହିଁ । ଏହାରି ମଧ୍ୟରେ ହ୍ୟାକର ଆଉ ଏକ ସରକାରୀ ସଂସ୍ଥାକୁ ଟାର୍ଗେଟ କରିଛନ୍ତି ।

ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR)ର ୱେବସାଇଟ୍ ଉପରେ ସାଇବର ଆଟାକ୍ ହୋଇଛି । ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ସରକାରୀ ଅଧିକାରୀ କହିଛନ୍ତି, ୩୦ ନଭେମ୍ବରରେ ସାଇବର ହ୍ୟାକର୍ସ ୨୪ ଘଣ୍ଟା ଅବଧିରେ ଆଇସିଏମଆର୍ ର ୱେବସାଇଟ୍ ଉପରେ ୬ହଜାରରୁ ଅଧିକ ଥର ଆଟାକ୍ କରିବାକୁ ଉଦ୍ୟମ କରିଛନ୍ତି ହ୍ୟାକର । ଅଧିକାରୀ କହିଛନ୍ତି, ସାଇବର୍ ଆଟାକ୍ ଷଡଯନ୍ତ୍ର କରୁଥିବା ହ୍ୟାକର୍ସ ହ୍ୟାକ କରିବାରେ ସଫଳ ହୋଇପାରି ନାହାନ୍ତି । ତାଙ୍କୁ ଅଟକାଇ ଦିଆଯାଇଥିଲା । ଆମେ ଆମର ଟିମକୁ ଏହି ସମ୍ପର୍କରେ ଆଲର୍ଟ ମଧ୍ୟ କରିଦେଇଛୁ । ଯଦି ଫାୟାରବଲରେ କିଛି ତ୍ରୁଟି ରହିଥାନ୍ତା, ତେବେ ଆକ୍ରମଣକାରୀ ୱେବସାଇଟର ସୁରକ୍ଷାରେ ଘାତ ଲଗାଇବାରେ ସଫଳ ହୋଇଥାନ୍ତେ ।

ସରକାରୀ ସଂଗଠନର ଅପରେଟିଂ ସିଷ୍ଟମର ସୁରକ୍ଷା ପ୍ୟାଚକୁ ଅପଡେଟ କରାଇବାର ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨୦୨୦ରୁ ସ୍ୱାସ୍ଥ୍ୟ ସଂଗଠନର ବେୱସାଇଟ ଉପରେ ଆକ୍ରମଣ ବଢ଼ିଯାଇଛି ।ଆଇସିଏମଆର୍ ୱେବସାଇଟ୍ ଉପରେ ଆକ୍ରମଣର ସିରିଜ୍ ହଙ୍ଗକଙ୍ଗ ସ୍ଥିତ ବ୍ଲାକ୍ ଲିଷ୍ଟେଡ ଆଇପି ଆଡ୍ରେସ ୧୦୧.୧୫୨.୨୨୦.୧୩୩ ସହ କରାଯାଇଛି ।

Leave A Reply

Your email address will not be published.