ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଭୂସ୍ଖଳନରେ ଦବିଗଲା ବସ୍, ୩୩ ଜଣଙ୍କ ମୃତ୍ୟୁ

0

କଲମ୍ବିଆ; ପ୍ରବଳ ବର୍ଷା ଯୋଗୁଁ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ସେହିପରି ମାଟିତଳେ ଦବି ଯାଇଥିବା ବସ୍ ଭିତରୁ ୯ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ୨୫ଜଣ ଯାତ୍ରୀ ଥିଲେ। ଏହି ସମୟରେ ଭୂସ୍ଖଳନ ହୋଇଥିଲା। ଡ୍ରାଇଭର ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ସେହିପରି ଭୂସ୍ଖଳନ ଯୋଗୁଁ ଏକ ବାଇକ୍‌ରେ ଯାଉଥିବା ଦୁଇ ଜଣ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟରେ ଆରମ୍ଭ ହୋଇଥିବା ବର୍ଷା ହେତୁ କଲମ୍ବିଆ ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପାଗ ଦେଇ ଗତି କରୁଛି । ବର୍ଷା ଯୋଗୁ ଭିନ୍ନ ଭିନ୍ନ ଦୁର୍ଘଣାରେ ଏପର୍ଯ୍ୟନ୍ତ ୨୭୦ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.