ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଗୁଜୁରାଟରେ ତ୍ରିକୋଣୀୟ ଲଢ଼େଇରେ କିଏ ଗଢ଼ିବ ସରକାର ?

0

ଅହମ୍ମଦାବାଦ: ଶେଷ ହୋଇଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୫୯ ପ୍ରତିଶତ ମତଦାନ ହୋଇଛି । ୧୪ ଜିଲ୍ଲାର ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

୯୩ ଆସନ ମଧ୍ୟରୁ ୫୪ ସିଟ୍ ଗ୍ରାମୀଣ ଅଞ୍ଚଳ ହୋଇଥିବା ବେଳେ ୩୯ ସହରୀ ସିଟ୍ ରହିଛି । ୧୩ହଜାର ୩୧୯ ବୁଥ୍ ରେ ପୋଲିଂର ଓ୍ବେବକାଷ୍ଟିଂ କରାଯାଉଛି । ୨୯ହଜାର ପ୍ରିଜାଇଡିଂ ଅଫିସର ଓ ୮୪ ହଜାର ପୁଲିଂ ଅଫିସର ଭୋଟଦାନ କେନ୍ଦ୍ରରେ ନିୟୋଜିତ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସିଏମ ଭୂପେନ୍ଦ୍ର ପଟେଲ, ବିରାମଗାମରୁ ବିଜେପି ନେତା ହାର୍ଦ୍ଦିକ ପଟେଲ, ଗାନ୍ଧୀନଗର ଦକ୍ଷିଣରୁ ଅଳ୍ପେଶ ଠାକୁର ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ।

ଅହମ୍ମଦାବାଦରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମର୍ଥକଙ୍କ ଗହଣରେ ଆସି ୧୭୭ ନମ୍ବର ବୁଥରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ମୋଦୀ ମଧ୍ୟ ବୁଥକୁ ଆସି ମତଦାନ କରିଛନ୍ତି । ବୟସ ଶହେ ହୋଇଥିଲେ ବି ଭୋଟ ଦେବାକୁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ହୀରାବେନ୍ । ଚାଲି ପାରୁ ନଥିବାରୁ ହୁଇଲଚେୟାରରେ ଆସି ସେ ଭୋଟ ଦେଇଛନ୍ତି । ଏଥିସହ ଭୋଟ ଦେବାକୁ ଆସୁନଥିବା ଲୋକମାନଙ୍କୁ ବଡ ବାର୍ତା ଦେଇଛନ୍ତି । ମୋଦୀଙ୍କ ଭାଇ ସୋମାଭାଇ ମୋଦୀ ମଧ୍ୟ ମତଦାନ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅହମଦାବାଦ ନାରନପୁରା ସ୍ଥିତ ନଗରନିଗମ ଅଫିସରେ ମତଦାନ କରିଛନ୍ତି । ଭୋଟ ଦେବା ପରେ ଅଧିକରୁ ଅଧିକ ଭୋଟ ଦେବାକୁ ଗୁଜୁରାଟବାସୀଙ୍କୁ ଅପିଲ କରିଥିଲେ ଶାହ । ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡ଼ଭୀ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଇଭିଏମରେ ସିଲ ହୋଇଯାଇଛି ୧୬୨୧ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଏଥର ଦ୍ୱିମୁଖୀ ଲଢ଼େଇ ବଦଳରେ ଗୁଜୁରାଟରେ ତ୍ରିକୋଣୀୟ ଲଢ଼େଇ ହେଉଛି । ଆଉ ସବୁଦଳ ସରକାର ଗଢ଼ିବାକୁ ଦମ୍ଭୋକ୍ତି ଦେଖାଉଛନ୍ତିି । ହେଲେ, ଗୁଜୁରାଟବାସୀ କାହା ଉପରେ ଭରସା କରିଛନ୍ତି, କିଏ ସରକାର ଗଢ଼ିବ ତାହା ଆସନ୍ତା ୮ ତାରିଖରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.