ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

0

ନୂଆଦିଲ୍ଲୀ; ଆଜିଠାରୁ ଆରମ୍ଭ ହୋଇଗଲା ସଂସଦର ଶୀତକାଳୀନ ଅଧିବେଶନ । ଆସନ୍ତା ୨୯ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ଏହି ଅଧିବେଶନ କାଳରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ ହେବ ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଅନ୍ୟପଟେ ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍ ପାରିତ ହେଲେ ଜଣେ ବ୍ୟକ୍ତି ସାରା ବିଶ୍ବରେ ଟ୍ରେଡମାର୍କ ପାଇବାର ଅଧିକାର ହାସଲ କରିବେ ।

ଅଧିବେଶନ ପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ। ଉଭୟ ଗୃହର କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ସରକାର ସବୁ ଦଳର ସହଯୋଗ ଲୋଡିଛନ୍ତି ।

Leave A Reply

Your email address will not be published.