ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଗଭୀର ବୋରେୱେଲ ଭିତରେ ୮ ବର୍ଷର ବାଳକ

0

ମଧ୍ୟପ୍ରଦେଶ; ରାହୁଲ ଘଟଣାର ପୁନରାବୃତ୍ତି। ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ୮ ବର୍ଷର ବାଳକ । ପ୍ରାୟ ୪୦୦ ଫୁଟ ଗଭୀର ରହିଛି ବୋରେଓ୍ୱଲଟି କିନ୍ତୁ ପିଲାଟି ୬୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଏହି ଅଭାବନୀୟ ଘଟଣାଟି ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି । ଖବର ଅନୁଯାୟୀ ମାଣ୍ଡଭି ଗାଁର ୮ ବର୍ଷର ବାଳକ ତନ୍ମୟ ସାହୁ ମଙ୍ଗଳବାର ଅପରାହ୍ନରେ କ୍ଷେତରେ ଖେଳୁଥିବା ବେଳେ ବୋରେୱେଲ ଭିତରେ ଅଚାନକ ଖସିପଡିଥିଲା। ତନ୍ମୟ ବୋରେୱେଲରେ ଖସିପଡିଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ଅପରେସନ୍। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ବୋରେୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।ବୋରେୱେଲ ସହ ସମାନ୍ତରାଳ ଭାବେ ବୋଲଡୋଜର, ଜେସିବି ସହାୟତାରେ ଦୁଇଟି ଗାତ ଖୋଳାଚାଲିଛି । ଏଥିସହିତ
ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି। ଏହା ପୂର୍ବରୁ ଏମିତି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡରେ । ଜାଞ୍ଜିଗିର ଚମ୍ପା ଜିଲ୍ଲାରେ ରାହୁଲ ନାମକ ଏକ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ଖସିପଡିଥିଲା । ୮୦ ଫୁଟ ଗଭୀର ବୋରୱେଲ ଭିତରେ ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ପରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ରାହୁଲ।

Leave A Reply

Your email address will not be published.