ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ‘ ମାଣ୍ଡୋସ ‘

0
  • ଓଡ଼ିଶା ରେ କାଲି ଠାରୁ ଶୀତ କମିବ ।
  • ଆକାଶ ମେଘାଚ୍ଛନ୍ନ ରହିବା ସହ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶା ରେ ଅଳ୍ପ ବର୍ଷା ସମ୍ଭାବନା !!

ଭୁବନେଶ୍ବର; ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ବାତ୍ୟା ମଣ୍ଡୋସ । ଏହି ବାତ୍ୟା ର ନାମ କରଣ ୟୁଏଇ ଦେଶ କରିଛି ।ମଣ୍ଡୋସ ଘଣ୍ଟା ପ୍ରତି ୮ କିମି ବେଗ ରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଚେନ୍ନାଇ ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୬୨୦କିମି ଦୂର ରେ ରହିଛି । ଏହି ବାତ୍ୟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଉତ୍ତର ତାମିଲନାଡ଼ୁ- ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଗତି କରିବ ଓ ୦୯ ତାରିଖ ମଧ୍ୟ ରାତ୍ର ରେ ପୁଡୁଚେରୀ – ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର, ଶ୍ରୀଲଙ୍କା ଉପକୂଳ ରେ ପବନ ର ବେଗ ଘଣ୍ଟା ପ୍ରତି ୭୦-୮୦ ବେଳେବେଳେ ୯୦ କିମି ରହିପାରେ ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବାତ୍ୟା ର ପ୍ରଭାବ ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ରହିବ। ଓଡ଼ିଶା ଠାରୁ ବହୁତ ଦୂର ରେ ରହିବା ହେତୁ ଓଡ଼ିଶା ରେ ପ୍ରତ୍ୟେକ୍ଷ ପ୍ରଭାବ ରହିବ ନାହିଁ । ତଥାପି ଓଡ଼ିଶା ରେ ୮-୧୧ ମଧ୍ୟରେ ଆକାଶ ମେଘୁଆ ରହିବା ସହ ଶୀତ ର ପ୍ରଭାବ କମ୍ ରହିବ। ୯-୧୧ ତାରିଖ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ରେ ୯-୧୧ ମଧ୍ୟରେ ଅଳ୍ପ ବର୍ଷା ସମ୍ଭାବନା ରହିଛି।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.