ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ‘ ମାଣ୍ଡୋସ ‘

0
  • ଓଡ଼ିଶା ରେ କାଲି ଠାରୁ ଶୀତ କମିବ ।
  • ଆକାଶ ମେଘାଚ୍ଛନ୍ନ ରହିବା ସହ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶା ରେ ଅଳ୍ପ ବର୍ଷା ସମ୍ଭାବନା !!

ଭୁବନେଶ୍ବର; ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ବାତ୍ୟା ମଣ୍ଡୋସ । ଏହି ବାତ୍ୟା ର ନାମ କରଣ ୟୁଏଇ ଦେଶ କରିଛି ।ମଣ୍ଡୋସ ଘଣ୍ଟା ପ୍ରତି ୮ କିମି ବେଗ ରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଚେନ୍ନାଇ ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୬୨୦କିମି ଦୂର ରେ ରହିଛି । ଏହି ବାତ୍ୟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଉତ୍ତର ତାମିଲନାଡ଼ୁ- ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଗତି କରିବ ଓ ୦୯ ତାରିଖ ମଧ୍ୟ ରାତ୍ର ରେ ପୁଡୁଚେରୀ – ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର, ଶ୍ରୀଲଙ୍କା ଉପକୂଳ ରେ ପବନ ର ବେଗ ଘଣ୍ଟା ପ୍ରତି ୭୦-୮୦ ବେଳେବେଳେ ୯୦ କିମି ରହିପାରେ ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବାତ୍ୟା ର ପ୍ରଭାବ ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ରହିବ। ଓଡ଼ିଶା ଠାରୁ ବହୁତ ଦୂର ରେ ରହିବା ହେତୁ ଓଡ଼ିଶା ରେ ପ୍ରତ୍ୟେକ୍ଷ ପ୍ରଭାବ ରହିବ ନାହିଁ । ତଥାପି ଓଡ଼ିଶା ରେ ୮-୧୧ ମଧ୍ୟରେ ଆକାଶ ମେଘୁଆ ରହିବା ସହ ଶୀତ ର ପ୍ରଭାବ କମ୍ ରହିବ। ୯-୧୧ ତାରିଖ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ରେ ୯-୧୧ ମଧ୍ୟରେ ଅଳ୍ପ ବର୍ଷା ସମ୍ଭାବନା ରହିଛି।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.