ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ୱେଟଲିଫ୍ଟିଂ ଓ୍ଵାଲର୍ଡ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ମୀରାବାଈ ଚାନୁ

0

କଲମ୍ବିଆ; ୱେଟଲିଫ୍ଟିଂ ଓ୍ଵାଲର୍ଡ ଚାମ୍ପିଅନସିପରେ ଇତିହାସ ରଚିଲେ ଅଲିମ୍ପିକ ରୌପ୍ୟ ବିଜେତା ମୀରାବାଈ ଚାନୁ । ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ୨୦୦ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି । ମୀରାବାଈ ରୌପ୍ୟ ଜିତିଥିବା ବେଳେ ଚୀନର ଜିୟାଙ୍ଗ ହୁଇହୁଆ ୨୦୬ କିଗ୍ରା ଓଜନ ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି ଚୀନର ଅନ୍ୟଜଣେ ଭାରୋତ୍ତୋଳକ ହୁ ଜିହୁଇ ୧୯୮ କିଲୋଗ୍ରାମ ଉଠାଇ ପୋଡିୟମରେ ପ୍ରବେଶ କରିଥିଲେ ଏବଂ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାତେଇଛନ୍ତି ।

କଲମ୍ବିଆର ବୋଗୋଟାଠାରେ ଆୟୋଜିତ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ମୀରାଙ୍କ ଯାତ୍ରା ସହଜ ନଥିଲା । ସେ ଆହତ ହୋଇଥିଲେ ସୁଦ୍ଧା ଏହି ଚାମ୍ପିଅନସିପରେ କୌଣସି ପ୍ରଭାବ ପଡିବାକୁ ଦେଇନଥିଲେ । ସେ ୧୧୩ କିଲୋଗ୍ରାମ ଉଠାଇ ରୌପ୍ୟ ପଦକ ଜିତିଥିଲେ । ମୀରାବାଈ ସ୍ନାଚରେ ୮୭ କିଲୋଗ୍ରାମ ଉଠାଇଲେ । ଏହି ଉପାୟରେ ସେ ସମୁଦାୟ ୨୦୦ କିଲୋଗ୍ରାମ ଭାର ଉଠାଇଲେ ।

ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ଅଲିମ୍ପିକ୍ ଚାମ୍ପିଅନ୍ ହୋ ଜିହୁଇଙ୍କୁ ପରାସ୍ତ କରି ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଛନ୍ତି । ଜିହୁଇ ୧୦୯ କିଲୋଗ୍ରାମ କ୍ଲିନ୍‌ ଏବଂ ଜର୍କରେ ଉଠାଇପାରିଥିଲେ ଏବଂ ସ୍ନାଚ୍ ରେ ସେ ୮୯ କିଲୋଗ୍ରାମ ଉଠାଇଲେ । ଏହି ଅନୁଯାୟୀ ଜିହୁଇ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନ୍ୟପଟେ ଜିଆଙ୍ଗ ହୁହୁଆ ୧୧୩ କିଲୋଗ୍ରାମ କ୍ଲିନ ଏବଂ ଜର୍କରେ ୯୩ କିଲୋଗ୍ରାମରେ ହାସଲ କରିଥିଲେ । ଏହିପରି ଭାବରେ ସେ ମୋଟ ୨୦୬ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.