ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନୂଆ ଢ଼ାଞ୍ଚାରେ ସିବିଏସି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

0

ନୂଆଦିଲ୍ଲୀ; ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ସିବିଏସି ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ । ଜାତୀୟ ଶିକ୍ଷା ନୀତି ୨୦୨୩ ଅନୁସାରେ, ଦଶମ ଶ୍ରେଣୀ ପରୀକ୍ଷାର ୪୦ ପ୍ରତିଶତ ଓ ଦ୍ୱାଦଶ ପରୀକ୍ଷାର ୩୦ ପ୍ରତିଶତ ପ୍ରଶ୍ନ ରହିବ କମ୍ପିଟେନ୍ସି ପାଟର୍ଣ୍ଣ । ଲୋକସଭାରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ – ନୂଆ ପଦ୍ଧତିର ପରୀକ୍ଷାରେ ରହିବ ଅବଜେକ୍ଟିଭ ପ୍ରଶ୍ନ, ଗଠନମୂଳକ, ରିଜନିଂ ଓ କେସ୍ ଆଧାରିତ ପ୍ରଶ୍ନ । ଏହି ପରୀକ୍ଷା ପଦ୍ଧତିକୁ ଉତ୍ତମ ବୋଲି କୁହାଯାଉଛି ।

ଆସନ୍ତା ଫେବୃଆରୀରୁ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପରୀକ୍ଷାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ବାହାରି ନାହିଁ । ସେପଟେ ଉଚ୍ଚ ଶିକ୍ଷା ବିଭାଗ ପାଇଁ ଷ୍ଟାର୍ଟ ଅପ୍ ପଲିସି ଆସିବ । ଷ୍ଟାର୍ଟ ଅପ୍ ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଯୁକ୍ତ ତିନି ଓ ପିଜି ସ୍ତରର ଛାତ୍ରଛାତ୍ରୀଙ୍କୁ ପ୍ରିଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହାଦ୍ୱାରା ପିଲାମାନେ ପଢା ସାରିବା ପରେ ରୋଜଗାରକ୍ଷମ ହୋଇପାରିବେ । ପ୍ରି ଷ୍ଟାର୍ଟ ଅପ୍ ପିରିୟଡ଼ରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟ ଗୁଡ଼ିକୁ ବଡ କମ୍ପାନୀ ଆଗରେ ଉପସ୍ଥାପିତ କରିବ ଉଚ୍ଚ ଶିକ୍ଷା ବିଭାଗ।

Leave A Reply

Your email address will not be published.