ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଦିଲ୍ଲୀ ଏମସ୍‌ ସର୍ଭର ହ୍ୟାକ କଲା ଚୀନ

0

ନୂଆଦିଲ୍ଲୀ; ସୀମାରେ ଦାଦାଗିରି ଦେଖାଇବା ପରେ ଏବେ ସାଇବର ଆକ୍ରମଣ କରିଛି ଚୀନ। ଚାଇନା ଦିଲ୍ଲୀ ଏମସ୍‌ର ସର୍ଭରକୁ ହ୍ୟାକ କରିଥିବା ସକରାରୀ ସୂତ୍ରରୁ ଜଣାପଡ଼ିଛି। ପାଖାପାଖି ୧୦୦ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିଛି । ତଥାପି ଲକ୍ଷାଧିକ ରୋଗୀଙ୍କ ତଥ୍ୟକୁ ଗାଏବ କରାଯାଇଥିବା ସୂଚନା ମିଳିଛି ।

ଆଇଏଫ୍‌ଏସ୍‌ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍‌ ହୋଇଥିଲା। ଏହି ଡାଟା ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ ରେ ଥିବାର ସମ୍ଭାବନା ରହିଛି । ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍‌ ହୋଇଥିବା ଆଶଙ୍କା କରାଯାଉଛି। ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍‌ର ୨ ରାନ୍‌ସମ୍‌ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି।

Leave A Reply

Your email address will not be published.