ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ୍

0

ହାଇଦ୍ରାବାଦ; ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି ।ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି କରିଛି। ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ ରକୁଲଙ୍କୁ ସମନ କରାଯାଇଛି । ଆସନ୍ତା ସୋମବାର ହାଜର ହେବାକୁ ସମନ ଜାରି କରିଛି ଇଡି । ଏହା ପୂର୍ବରୁ ବି ଏହି ତେଲୁଗୁ ଅଭିନେତ୍ରୀଙ୍କୁ ଇଡି ଜେରା କରିଥିଲା । ଏହି ମାମଲାରେ ରକୁଲଙ୍କୁ ଡିସେମ୍ବର ୧୯ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଛି । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି ।

ସୂଚନା ମୁତାବକ ସମାନ ମାମଲାରେ ୨୦୨୧ ମସିହାରେ ରକୁଲଙ୍କୁ ଇଡି ଜେରା କରିଥିଲା । ଏବେ ଏହି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲା ଯୋଡି ହୋଇଥିବାରୁ ପୁଣି ତାଙ୍କୁ ଜେରା କରିବ ଇଡି । ସୂଚନା ମୁତାବକ ଏହି ମାମଲାରେ କେବଳ ରକୁଲ ନୁହଁନ୍ତି ବରଂ ରାଣା ଦଗୁବତୀ, ପୁରୀ ଜଗନ୍ନାଥ, ରବି ତେଜା, ଚାର୍ମୀ କୌର, ନବଦୀବ ସହ ଅନ୍ୟ କିଛି ଜଣାଶୁଣା କଳାକାରଙ୍କୁ ନୋଟିସ କରାଯାଇଛି ।

Leave A Reply

Your email address will not be published.