ଭୁବନେଶ୍ବର; ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବରୁ ଅବ୍ୟାହତି ଦିଆଯାଇଛି । ତେବେ ଇପିକଲ୍ ଓ ଇଡକୋ ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱ ଜାରି ରଖିବେ । ସେହିପରି ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗ କାଢ଼ି ନିଆଯାଇଛି । ଶ୍ରୀମତୀ ପାଢ଼ୀଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।
ପ୍ରମୁଖ ଖବର
ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ
