ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଗଜପତି; ବଢିବାରେ ଲାଗିଛି ଭିଜିଲାନ୍ସ ଚଢାଉ । ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ ଯନ୍ତ୍ରୀମାନେ । ଆଜି ବି ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଭିଜିଲାନ୍ସ କବଜାରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ଚଳାଇଛି । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସହ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ କରିଛି ।

ବ୍ରହ୍ମପୁର ଗୋପବନ୍ଧୁ ନଗର ସ୍ପେକ୍ଟରମ ମାଳତୀ ରେସିଡେନ୍ସିରେ ଥିବା ଫ୍ଲାଟ୍‌, ଜ୍ୟୋତିନଗରରେ ଥିବା ଦୁଇ ମହଲା କୋଠା, ଦିଗପହଣ୍ଡିରେ ଥିବା ଅଫିସ ଚାମ୍ବର ଓ ଆର ଉଦୟଗିରି ଛେଲିଗଡ଼ରେ ଥିବା ସରକାରୀ କ୍ବାର୍ଟର୍ସରେ ଭିଜିଲା୍ନାସ ରେଡ୍ ଚଳାଇଛି । ରେଡ୍‌ରେ ଜଣେ ଅତିରିକ୍ତ ଏସପି, ୫ ଇନ୍ସପେକ୍ଟର ଓ ୨ ଏଏସଆଇ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.