ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ବେକରେ ପଶିଗଲା ଜେଭଲିନ୍, ଛାତ୍ର ଗୁରୁତର

0

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି । ଆଜି ସ୍କୁଲର ବାର୍ଷିକ କ୍ରୀଡା ଥିବା ବେଳେ ଜଣେ ଛାତ୍ର ଜେ‌ଭଲିନ୍‌ ମାରୁଥିବା ବେଳେ ଅନ୍ୟ ଜଣଙ୍କ ବେକରେ ପଶି ଯାଇଥିଲା। ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି I ଛାତ୍ରଙ୍କ ନାମ ସଦାନନ୍ଦ ମେହେର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ସଦାନନ୍ଦଙ୍କୁ ପ୍ରଥମେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ବେକରେ ଏବେ ବି ପଶି ରହିଛି ଜାଭେଲିନ୍ ।

ପ୍ରତିଯୋଗିତା ଆଗରୁ ଛାତ୍ରମାନେ ଜେଭଲିନ ପ୍ରାକ୍ଟିସ କରୁଥିଲେ। ଏହି ସମୟରେ ହଠାତ ଜଣେ ଛାତ୍ର ଜେଭଲିନ ଥ୍ରୋ କରୁଥିବା ସମୟରେ ନବମ ଶ୍ରେଣୀର ସଦାନନ୍ଦ ମେହେରଙ୍କ ବେକରେ ପଶି ଯାଇଥିଲା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଛାତ୍ରଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସା କରାଯାଇ ଜେଭଲିନ କାଢିବା ପାଇଁ ଚେଷ୍ଟା ଜାରି ରହିଛି । ଡାକ୍ତରୀ ଟିମ୍ ଚିକିତ୍ସା ଆରମ୍ଭ କରିଛନ୍ତି ।

ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଡିଇଓ ମେଡିକାଲରେ ଉପସ୍ଥିତ ଅଛନ୍ତି । ସଦାନନ୍ଦ ମେହେରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ । ଏହାସହ ସୁସ୍ଥ ହେବା ପର୍ଯ୍ୟନ୍ତ ଛାତ୍ରଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

Leave A Reply

Your email address will not be published.