ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଇନଜୀବୀଙ୍କ ଉପରୁ ହଟିଲା କଟକଣା

0

ସମ୍ବଲପୁର; ନିର୍ଦ୍ଦେଶ କୋହଳ କଲା ବାର୍‌ କାଉନସିଲ ଅଫ୍ ଇଣ୍ଡିଆ । ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ହୋଇଥିବା ନିର୍ଦ୍ଦେଶନାମାକୁ ବାର୍‌ କାଉନସିଲ ଅଫ ଇଣ୍ଡିଆ ପ୍ରତ୍ୟାହାର କରିନେଇଛି । କୋର୍ଟ ପରିସରରେ ହୋଇଥିବା ଘଟଣାରେ ମୋଟ୍ ୫୪ ଜଣ ଆଇନଜୀବୀଙ୍କୁ ଛାଡିଦେଲେ ଆନ୍ଦୋଳନରେ ସାମିଲ ଥିବା ଅନ୍ୟ ସମସ୍ତ ଆଇନଜୀବୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି । ସମ୍ବଲପୁର କୋର୍ଟରେ ଓକିଲାତି କରୁଥିବା ଅନ୍ୟ ସମସ୍ତ ଆଇନଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ଗତକାଲି ବାର କାଉନ୍ସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାରେ ଏହା ସ୍ପଷ୍ଟ କରାଯାଇଛି । ଏଥିପାଇଁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । ସସ୍ପେଣ୍ଡ ହୋଇଥିବା ୫୪ ଜଣ ଆଇନଜୀବୀ ୨୦୨୩ ଫେବ୍ରୁଆରୀ ୧୫ ସୁଦ୍ଧା ସ୍ପଷ୍ଟୀକରଣ ଦାଖଲ କରିବେ । ଏହା ପରେ ସେମାନଙ୍କ ପ୍ରସଙ୍ଗରେ ବିଚାର କରାଯିବ । ଏହା ସହ ବାର କାଉନ୍ସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ତିନି ଜଣିଆ ଫ୍ୟାକ୍ ଫାଇଣ୍ଡିଂ ଟିମ୍ ଗଠିତ ହୋଇଛି । ବିସିଆଇ କୋ-ଚେୟାରମ୍ୟାନ୍ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ, ରାଜ୍ୟ ଆଇନଜୀବୀ ପରିଷଦ ସ୍ୱତନ୍ତ୍ର କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର ଓ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାଶ ଏହି କମିଟିର ସଦସ୍ୟ ରହିଛନ୍ତି ।

ଏହି କମିଟି ୨୦୨୩ ଜାନୁଆରୀ ୧୫ ସୁଦ୍ଧା ବିସିଆଇ ନିକଟରେ ରିପୋର୍ଟ ଦାଖଲ କରିବ । ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୧୩ ତାରିଖରେ ପୁଣି ୧୪ ଜଣଙ୍କର ଲାଇସେନ୍ସ ରଦ୍ଦ କରିଥିଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାପରେ ଗତକାଲି ପୁଣି ୧୧ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଥିଲା । ଏପରି ଭାବେ ମୋଟ ୫୪ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ତାହା ବଳବତ୍ତର ରହିଛି ।

Leave A Reply

Your email address will not be published.