ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ମିସେସ୍‌ ଓ୍ଵାଲ୍ଡ ମୁକୁଟ ପିନ୍ଧିଲେ ସରଗମ କୌଶଲ

0

ଆମେରିକା; ୨୧ ବର୍ଷ ପରେ ଭାରତକୁ ମିଳିଲା ମିସେସ୍ ଓ୍ବାଲ୍ଡ ଟାଇଟଲ୍ । ୨୦୨୨-୨୩ର ମିସେସ୍‌ ଓ୍ଵାଲ୍ଡ ମୁକୁଟ ପିନ୍ଧିଲେ ସରଗମ କୌଶଲ । ଲସ ଭେଗସରେ ଚାଲିଥିବା ଗାଲା ଇଭେଣ୍ଟରେ ଜମ୍ମୁ ଓ କାଶ୍ମୀରର ବାସିନ୍ଦା ଏହି ଟାଇଟଲର ଅଧିକାରୀ ହୋଇଛନ୍ତି । ୬୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍‌ ଓ୍ଵାଲ୍ଡ ହୋଇଛନ୍ତି ସରଗମ ।

ଆମେରିକାର ଲସ୍ ଭେଗାସ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିବେକ ଓବରୋଏ, ଅଭିନେତ୍ରୀ ସୋହା ଅଲି ଖାନ୍, ଅଦିତି ଗୋବିତ୍ରିକର ଏବଂ ମହମ୍ମଦ ଅଜହରୁଦ୍ଦିନ ଉପସ୍ଥିତ ଥିଲେ । ମିସେସ୍ ୱାର୍ଲ୍ଡ ମୁକୁଟ ଜିତିବା ପରେ ସରଗମ୍ ଭାବପ୍ରବଣ ହୋଇ ତାଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା । ସେ ଟାଇଟଲ ହାତେଇବା ପରେ ସରଗମ ତାଙ୍କ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରି ସେ ଲେଖିଛନ୍ତି ‘ଲମ୍ବା ଅପେକ୍ଷାର ଅନ୍ତ, ୨୧ ବର୍ଷ ପରେ ଆମେ ମୁକୁଟ ଫେରି ପାଇଛୁ’ ।

ସରଗମ ଜମ୍ମୁ ଓ କାଶ୍ମୀରର ବାସିନ୍ଦା । ସେ ଇଂରାଜି ସାହିତ୍ୟରେ ସ୍ନାତକତ୍ତର ହାସଲ କରିଛନ୍ତି । ମଡେଲ ହେବା ବ୍ୟତୀତ ସରଗମ୍ ଜଣେ ଶିକ୍ଷକ ଭାବେ ବେଶ ଜଣାଶୁଣା । ତାଙ୍କ ସ୍ୱାମୀ ଭାରତୀୟ ନୌସେନାରେ କାର୍ଯ୍ୟରତ ଅଛନ୍ତି । ସେ ୨୦୧୮ ରେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସେହି ବର୍ଷ ସେ ମିସେସ୍ ୱାର୍ଲ୍ଡ ୨୦୨୨ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟାଇଟଲ୍ ଜିତିଥିଲେ ।

ମିସେସ୍‌ ଓ୍ଵାଲ୍ଡ ପ୍ରତିଯୋଗୀତା ୧୯୮୪ରୁ ଆରମ୍ଭ ହୋଇଥିଲେ ସୁଦ୍ଧା ୧୯୮୮ରେ ମିସେସ୍‌ ଓ୍ଵାଲ୍ଡ ଭାବେ ନାମିତ ହୋଇଥିଲା । ଏହି ପ୍ରତିଯୋଗୀତାକୁ ୮୦ଟି ଦେଶରୁ ପ୍ରତିଯୋଗୀ ଭାଗ ନେଇଥାନ୍ତି । ଭାରତର ଡ. ଅଦିତି ଗୋବିତ୍ରିକର ୨୦୦୧ରେ ଏହି ମୁକୁଟ ପିନ୍ଧିଥିଲେ । ଏବେ ସେ ମିସେସ୍‌ ଇଣ୍ଡିଆର ବିଚାରକ ଭାବେ କାମ କରୁଛନ୍ତି ।

Leave A Reply

Your email address will not be published.