ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିମାନ ଦୋହଲିବାରୁ ୩୬ ଯାତ୍ରୀ ଆହତ

0

ହନଲୁଲୁ; ଲ୍ୟାଣ୍ଡିଂର ଅଧଘଣ୍ଟା ପୂର୍ବରୁ ମଝି ଆକାଶରେ ଦୋହଲିଲା ବିମାନ । ଘଟଣାରେ ୩୬ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିସହିତ ୨୦ ଜଣଙ୍କୁ ଏମରେଜନ୍ସି ଚିକିତ୍ସା ପାଇଁ ହନଲୁଲୁ ମେଡିକାଲ ସର୍ଭିସେସ୍‌କୁ ପଠାଯାଇଛି । ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ୧୧ ମାସର ଛୋଟ ଶିଶୁ ମଧ୍ୟ ଅଛି । ତେବେ ଏହି ଦୁର୍ଘଟଣା ଫିନିକ୍ସରୁ ହନଲୁଲୁ ଯାଉଥିବା ହୱାଇୟାନ ବିମାନରେ ଘଟିଛି ।

ସୂଚନା ଅନୁଯାୟୀ, ହଠାତ ପାଣିପାଗ ପରିବର୍ତ୍ତନ ଯୋଗୁ ପୂର୍ବାହ୍ନ ୧୦.୫୦ରେ ହୱାଇୟାନ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୋହଲି ଯାଇଥିଲା । ସେପଟେ ହୱାଇୟାନ୍ ଏୟାରଲାଇନ୍ସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ସାମାନ୍ୟ ଆଘାତ ଲାଗିଥିବା ଯାତ୍ରୀ ଓ ଚାଳକ ଟିମ୍‌ର ସଦସ୍ୟଙ୍କୁ ଚିକିତ୍ସା କରାଯାଇଛି। ଆଉ କିଛି ଯାତ୍ରୀଙ୍କୁ ତତ୍‌କାଳ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହନଲୁଲୁ ଏମର୍ଜେନ୍‌ସି ମେଡିକାଲ୍ ସର୍ଭିସେସ୍ କହିଛି ଯେ, ଭର୍ତ୍ତି ହୋଇଥିବା ଯାତ୍ରୀମାନଙ୍କ ମୁଣ୍ଡରେ ସାଙ୍ଘାତିକ ଆଘାତ ଲାଗିଛି। କେତେକଙ୍କ ଦେହ ହାତ ଖଣ୍ଡିଆଖାବରା ହେବା ସହ ଛେଚିଛାଚି ହୋଇଯାଇଛି। ଆଉ କେତେ ଜଣ ଅଚେତ ହୋଇଯାଇଛନ୍ତି।

Leave A Reply

Your email address will not be published.