ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0

ଭୁବନେଶ୍ବର; ପୁଣି ଭିଜିଲାନ୍ସ କବ୍ଜାରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ରେଡ୍ ଚାଲିଛି ।

ଭୁବନେଶ୍ବରର ୩ଟି ସ୍ଥାନ ଯଥା- ମଞ୍ଚେଶ୍ବର ସେକ୍ଟର-A , ଜୋନ୍ Dରେ ଥିବା ୩ ମହଲା ବିଲଡ଼ିଂର ପ୍ଲଟ୍‌ ନମ୍ବର ୬୩, ସମାନ ଅଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟର୍ସର ବ୍ୟବସାୟୀକ ଅଞ୍ଚଳ, ଜୟଦେବ ବିହାରରେ ନିର୍ମାଣାଧିକ ୪ମହଲା କୋଠାରେ ଚାଲିଛି ରେଡ୍ । , ସେହିପରି କୋରାପୁଟର ୨ଟି, ନୟାଗଡ଼ ଓ ରାୟଗଡ଼ାରେ ଭିଜିଲାନ୍ସ ଛାନଭିନ୍ କରୁଛି ।

ସେହିପରି କୋରାପୁଟ ସୁଙ୍କି ଗେଟ୍ ନିକଟରେ ଥିବା ଭଡ଼ା ଘର, ସିମାଗୋଡ଼ା ଆମ୍ପା ଭାଲିରେ ଥିବା ଅଫିସ ଚାମ୍ବରରେ ରେଡ୍ ଚାଲିଛି । ନୟାଗଡ଼ ଓଡ଼ଗାଁରେ ଥିବା ପୈତୃକ ଘର ଓ ରାୟଗଡ଼ା ମୁନିଗୁଡ଼ାରେ ଥିବା ଶ୍ବଶୁର ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଛାପା । ତେବେ ରେଡ୍‌ରେ ୭ଡିଏସପି, ୪ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟରଓ ୭ ଏଏସଆଇ ସାମିଲ ଅଛନ୍ତି

Leave A Reply

Your email address will not be published.