ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ

0

ନୁଆଦିଲ୍ଲୀ; ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଥିବା ବେଳେ ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସେପଟେ ବେଜିଂରେ କରୋନା ସଂକ୍ରମଣରେ ମୃତବ୍ୟକ୍ତିଙ୍କ ସତ୍କାର ଅବିରତ ଭାବେ ଚାଲିଛି । ଶବାଗାରରେ କ୍ଷମତାଠାରୁ ବହୁ ଅଧିକ ଶବ ରଖାଯାଇଛି। ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଜାଗା ନାହିଁ । ଶ୍ମଶାନରେ ସଂସ୍କାର କରିବାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ତେଣୁ ଶ୍ମଶାନ ଓ ଶବ ଘରେ ପଡ଼ିରହିଛି ଶହ ଶହ ମୃତଦେହ ।

ତେବେ ଏନେଇ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି । କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ। ଆଗକୁ କରୋନା ଟେଷ୍ଟିଂ ବଢ଼ିବ। ଭିଡ ଥିବା ସ୍ଥାନରେ ମାସ୍କ ପିନ୍ଧନ୍ତୁ। ବୁଷ୍ଟର ଡୋଜ୍ ବାଧ୍ୟତାମୂଳକ। ଯେଉଁମାନେ କରୋନା ଟିକାର ବୁଷ୍ଟର ଡୋଜ୍ ନେଇ ନାହାନ୍ତି ସେମାନେ ଶୀଘ୍ର ନେବାକୁ ଜାରି ହୋଇଥିବା ଆଡଭାଇଜରୀରେ କୁହାଯାଇଛି। ଏହାସହ କମ୍ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ । ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ନିବେଦନ କରିଛନ୍ତି ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍ ।

Leave A Reply

Your email address will not be published.