ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଜାନୁଆରୀରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

0

ନ୍ୟୁଜ୍ ବ୍ୟୁରୋ; ଆଉ କିଛି ଦିନର ଅପେକ୍ଷା ପରେ ଆସୁଛି ନୂତନ ବର୍ଷ ୨୦୨୩ । ନୂଆ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ୨୦୨୩ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଯାହା ଅନୁଯାୟୀ, ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁୟାରୀ ୨୦୨୩ ରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ବନ୍ଦ ରହିବାକୁ ଯାଉଛନ୍ତି । ଆସନ୍ତା ମାସରେ ବ୍ୟାଙ୍କ ଛୁଟି କେବେ ହେବ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ମାସରେ ଆପଣଙ୍କର କୌଣସି କାର୍ଯ୍ୟ ଅଛି, ତୁରନ୍ତ ସେଗୁଡିକୁ ସାରି ଦିଅନ୍ତୁ । କାରଣ ଯେତେବେଳେ ବ୍ୟାଙ୍କ ଛୁଟି ହୋଇଗଲେ, ଆପଣ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟାଙ୍କ ଛୁଟି ସତ୍ତ୍ୱେ ଆପଣ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଟଙ୍କା କାରବାର କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ । ବ୍ୟାଙ୍କ ଛୁଟି ଏହି ସୁବିଧା ଉପରେ ପ୍ରଭାବ ପକାଇବ ନାହିଁ । ତେବେ ଆସନ୍ତୁ ଜାଣିବା ୨୦୨୩ ଜାନୁଆରୀରେ କେତେ ଦିନ ଛୁଟି ରହିବାକୁ ଯାଉଛି ବ୍ୟାଙ୍କ…

  • ୧ ଜାନୁଆରୀ ୨୦୨୩ – ନୂଆ ବର୍ଷ ଅବସରରେ ଦେଶରେ ବ୍ୟାଙ୍କଗୁଡିକ ଛୁଟି
  • ୨ ଜାନୁଆରୀ ୨୦୨୩ – ନୂଆ ବର୍ଷ ଅବସରରେ ମିଜୋରାମରେ ବ୍ୟାଙ୍କ ବନ୍ଦ
  • ୧୧ ଜାନୁଆରୀ ୨୦୨୩ – ମିଶନାରୀ ଦିବସ ଅବସରରେ ମିଜୋରାମରେ ସମସ୍ତ ବ୍ୟାଙ୍କ ଛୁଟି
  • ୧୨ ଜାନୁଆରୀ ୨୦୨୩ – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ
  • ୧୪ ଜାନୁଆରୀ ୨୦୨୩ – ମାସର ଦ୍ୱିତୀୟ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ
  • ୧୫ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
  • ୧୬ ଜାନୁୟାରୀ ୨୦୨୩ – ଉଜାଭର୍ ଥିରୁନାଲି ଅବସରରେ ପଣ୍ଡିଚେରୀ, ତାମିଲନାଡୁରେ ଏବଂ ଆନ୍ଧ୍ରପ୍ରଦେଶରେ କାନୁମା ପାଣ୍ଡୁଗା ଅବସରରେ ବ୍ୟାଙ୍କ ବନ୍ଦ ରହିବ
  • ୨୨ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
  • ୨୩ ଜାନୁଆରୀ ୨୦୨୩ – ନେତ।ଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଆସାମରେ ବ୍ୟାଙ୍କ ଛୁଟି
  • ୨୫ ଜାନୁଆରୀ ୨୦୨୩ – ରାଜ୍ୟସ୍ତରୀୟ ଦିବସ ହେତୁ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ
  • ୨୬ ଜାନୁଆରୀ ୨୦୨୩ – ଗଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶରେ ବ୍ୟାଙ୍କ ଛୁଟି ରହିବ
  • ୨୮ ଜାନୁଆରୀ ୨୦୨୩ – ମାସର ଚତୁର୍ଥ ଶନିବାର ଅବସରରେ ବ୍ୟାଙ୍କଗୁଡିକ ଛୁଟିଦିନ ପାଇବେ
  • ୨୯ ଜାନୁୟାରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
  • ୩୧ ଜାନୁଆରୀ ୨୦୨୩ – ମେ-ଡମ୍‌-ମେ-ଫି ଦିନ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
Leave A Reply

Your email address will not be published.