ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା

0

ଆଫଗାନିସ୍ତାନ; ମହିଳାଙ୍କ ବିଶ୍ୱବିଦ୍ୟାଳୟ ପାଠ ପଢ଼ାରେ ଲାଗିଲା କଟକଣା । ମଙ୍ଗଳବାର ଠାରୁ ଏହି କଟକଣା ଲଗାଇଛନ୍ତି ତାଲିବାନ ସରକାର । ଏନେଇ ତାଲିବାନ୍ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇଛି । ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ବନ୍ଦ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ଏହି ଚିଠି ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ହଜାର ହଜାର ଝିଅ ଓ ମହିଳା ବିଶ୍ୱବିଦ୍ୟାଳୟସ୍ତରରେ ପାଠପଢ଼ିବାକୁ ଦେଇଥିବା ପ୍ରବେଶିକା ପରୀକ୍ଷାର ୩ ମାସ ପୂରି ନ ଥିବା ବେଳେ ଏଭଳି ନିର୍ଦ୍ଦେଶ ଆସିଛି । ଗତବର୍ଷ ଅଗଷ୍ଟରେ କଠୋରପନ୍ଥି ଇସଲାମବାଦୀଙ୍କ ହାତକୁ ଏହି ଦେଶର ଶାସନ ଭାର ଯିବା ପରେ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଆଧାରରେ ସ୍ୱତନ୍ତ୍ର କକ୍ଷ ଓ ପ୍ରବେଶ ସହିତ ନୂଆ ନିୟମ କରାଯାଇ ପାଠପଢ଼ା ଚାଲିଥିଲା । ମହିଳାମାନଙ୍କୁ କେବଳ ମହିଳା କିମ୍ବା ବୁଢ଼ା ପ୍ରଫେସରମାନେ ପାଠ ପଢ଼ାଇ ପାରୁଥିଲେ।

ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ସେଠାରେ କିଶୋରୀମାନଙ୍କ ପ୍ରାଥମିକ ଠାରୁ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ିବା ଉପରେ କଟକଣା ଲଗାଯାଇଥିଲା। ଫଳରେ ଏହା ଝିଅମାନଙ୍କ ଉଚ୍ଚ ଶିକ୍ଷା ଉପରେ ଏକପ୍ରକାର ଅନିଶ୍ଚିତ କଟକଣା ସୃଷ୍ଟି କରି ଦେଇଥିଲା। ତାଲିବାନ୍‌ର ଏହି ନିଷ୍ପତ୍ତିକୁ ୱାସିଂଟନ୍‌ ତୀବ୍ର ନିନ୍ଦା କରିଥିବା ବେଳେ ଜାତିସଂଘ ମୁଖ୍ୟଙ୍କ ସ୍ବତନ୍ତ୍ର ଉପପ୍ରତିନିଧି ରମିଜ୍‌ ଆଲାକ୍‌ ବାରେଭ୍‌ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

Leave A Reply

Your email address will not be published.