ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଖୁବଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ହୋଇପାରେ

0

ମସ୍କୋ: ଦୀର୍ଘ ୩୦୦ ଦିନ ଧରି ଚାଲିଥିବା ଋଷ୍-ୟୁକ୍ରେନ ଯୁଦ୍ଧର ଘଟିବ ପରିସମାପ୍ତି । ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡ଼ିଲେଣି। ସେଥିପାଇଁ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ଏହା ସେତେ ଭଲ ହେବ ବୋଲି ପୁଟିନ କହିଛନ୍ତି। ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି। ହେଲେ ପ୍ରଥମଥର ପାଇଁ ପୁଟିନ ଏପରି ବୟାନ ଦେଇଛନ୍ତି। ତେଣୁ ଯୁଦ୍ଧ ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ରୁଷର ସାମରିକ ମୁଖ୍ୟ କହିଛନ୍ତି, ରୁଷ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କକୁ ନିୟନ୍ତ୍ରଣକୁ ନେବା ପାଇଁ ଧ୍ୟାନ ଦେଉଉନ୍ତି। ଏଠାରେ ଥିବା ବାଖମୁତ ସହର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରମୁଖ ସ୍ଥାନ ରହିଛି। ସେପଟେ ମସ୍କୋରେ ରହିଥିବା ଅଧିକାରୀମାନେ ବାରମ୍ବାର ଯୁଦ୍ଧ ଶେଷ କରିବା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ଚାହୁଁଥିବା କହି ଚାଲିଛନ୍ତି।

ସେମାନେ ଯୁଦ୍ଧ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କୁ ଦୋଷ ଦେଉଛନ୍ତି। ଆଲୋଚନା ପାଇଁ ଜେଲେନସ୍କି ହିଁ ସମସ୍ତ ପ୍ରକାରର କୂଟନୀତିକ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି। ଏଥିସହ ସେ ରାଷ୍ଟ୍ରପତି ପୁଟିନଙ୍କ ସହ କୌଣସି ପ୍ରକାରର ବୁଝାମଣା କରିବାକୁ ଚାହୁଁ ନଥିବା ମସ୍କୋର ଅଧିକାରୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.