ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଘାରୁଛି କରୋନା ଚିନ୍ତା, ସତର୍କ ରହିବାକୁ ଆଇଏମଏର ଚେତାବନୀ

0

ପୁଣି କଡ଼ ଲେଉଟାଣି ମାରିଲାଣି ମହାମାରୀ କରୋନା । ଏନେଇ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ଦେଶବାସୀଙ୍କୁ ତୁରନ୍ତ କୋଭିଡର ନିୟମ ପାଳନ କରିବା ସହିତ ସତର୍କ ସୂଚନା ଜାରି କରିଛି । ସଂସ୍ଥା ପକ୍ଷରୁ କୁହାଯାଇଛି କି, ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା, ନିୟମିତ ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର କରିବାକୁ ପଡ଼ିବ । ଏହା ବ୍ୟତୀତ ଅଯଥା ବିଦେଶ ଗସ୍ତରେ ଯାଆନ୍ତୁ ନାହିଁ ବୋଲି ଆଇଏମଏ ପରାମର୍ଶ ଦେଇଛି। ସଂସ୍ଥା ଆହୁରି କହିଛି ଯେ ଯଦି କାହାର ଜ୍ୱର, କାଶ, ତଣ୍ଟି ଦରଜ ଓ ଝାଡ଼ ଇତ୍ୟାଦି ହେଉଛି, ତା’ହେଲେ ସେମାନେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିସହ ସମସ୍ତେ ଯଥାଶୀଘ୍ର କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ନିଅନ୍ତୁ।

ସେପଟେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଆଲର୍ଟରେ ରହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଛି। ଏସବୁ ଭିତରେ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିଡ ଟିକା କୋଭୋଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛି। ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହି ଟିକାକୁ ବୁଷ୍ଟର ଭାବେ ବ୍ୟବହାର କରାଯାଇ ପାରିବ। କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍‌ ନେଇଥିବା ସମସ୍ତ ୧୮ ବର୍ଷର ଅଧିକ ବୟସ୍କ କୋଭୋଭାକ୍ସକୁ ବୁଷ୍ଟର ଭାବେ ନେଇପାରିବେ। ତେଣୁ ଡିସିଜିଆଇ ଏଥିପାଇଁ ଅନୁମତି ଦେଉ ବୋଲି ସେରମ ଅନୁରୋଧ କରିଛି।

Leave A Reply

Your email address will not be published.