ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର

0

ଜଗତସିଂହପୁର; ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ମଙ୍ଗଳବାର ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରିଛି । ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଛି । ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡେପୁଟି କଲେକ୍ଟର ଚିତ୍ତରଂଜନଙ୍କ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ଉ ଜାରି ରହିଛି । ଅଫିସ, ପୈତୃକ ଘର ଓ ସଂପର୍କୀୟଙ୍କ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାର ରଖିଥିବା ‌ବେଳେ ରିପୋର୍ଟ ଲେଖାଯିବା ‌ବେଳକୁ ଡେପୁଟି କଲେକ୍ଟରଙ୍କ ସଂପତ୍ତି ତାଲିକା ପ୍ରସ୍ତୁତ ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଚଳାଇଛନ୍ତି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଏକା ସାଙ୍ଗରେ ଚଢଉ ଚାଲିଛି । ବିପୁଳ ପରିମାଣର ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.