ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଘୋଷଣା ହେଲା ନାଜାଲ ଭ୍ୟାକ୍ସିନର ଦାମ୍

0

ନୂଆଦିଲ୍ଲୀ; ସାରା ବିଶ୍ୱରେ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହୋଇଥିବା ବେଳେ ଏବେ ଏନେଇ ଏକ ପାଦ ଆଗକୁ ବଢିଛନ୍ତି ସରକାର । ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ‘INCOVACC’ର ମୂଲ୍ୟ ୮୦୦ଟଙ୍କା ରହିଛି । ଏହା ଉପରେ ୫ ପ୍ରତିଶତ ଜିଏସଟି ମଧ୍ୟ ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି ।

ନାଜାଲ ଭ୍ୟାକ୍ସିନ ‘ଇନକୋଭାକ୍’ ଭାରତ ବାୟୋଟିକ ଦ୍ବାରା ନିର୍ମିତ । ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ । ନିକଟରେ ନାଜାଲ ଭ୍ୟାକ୍ସିନକୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ ।

ଏହାକୁ କୌଣସି କଷ୍ଟରେ ଲୋକେ ଗ୍ରହଣ କରିପାରିବେ । କୋ-ଓ୍ବିନ ଆପରେ ଏହି ନାଜାଲ ଭାକସିନକୁ ସାମିଲ କରାଯିବ । ଇନକୋଭାକକୁ ଔଷଧ ମହାନିୟନ୍ତ୍ରକ ମଞ୍ଜୁରୀ ଦେଇଥିବାବେଳେ ଏହା ପ୍ରୟୋଗ କରିବା ସହଜ ହୋଇଥାଏ । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଏହା ସହ କୋଭିଡ ସଂକ୍ରମଣ ରୋକିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

Leave A Reply

Your email address will not be published.