ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’

0

ୟୁଏଇ; କରୋନାକୁ ନେଇ ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ । ଏଣିକି ୟୁନାଇଟେଡ୍ ଆରବ୍ ଏମିରେଟ୍ସରୁ ଆସୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍’ ଜାରି କରିଛି ନୂଆ କୋଭିଡ୍ ମାର୍ଗଦର୍ଶିକା । ଗାଇଡଲାଇନ୍ ମୁତାବକ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରୁ ଆସୁଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ଟିକା ଡୋଜ୍‌ ନେଇଥିବା ଉଚିତ । ସେମାନଙ୍କ ପାଇଁ ବାଧ୍ୟତାମୂଳକ ରହିଛି ମାସ୍କ୍‌ ପରିଧାନ ଓ ଶାରୀରିକ ଦୂରତ୍ୱ ବଜାୟ ରଖିବା ।

ଗାଇଡ୍‌ଲାଇନ୍‌ରେ ଆହୁରି ମଧ୍ୟ ଉଲ୍ଲେଖ ‌ଅଛି ଯେ, ବିମାନ ବନ୍ଦରରେ ପହଞ୍ଚି ସାରିବା ପରେ ୧୨ ବର୍ଷର କମ୍‌ ବୟସ୍କ ପିଲାମାନଙ୍କ ନିମନ୍ତେ ‘ରାଣ୍ଡମ୍‌ ଟେଷ୍ଟିଙ୍ଗ୍‌’ ଆବଶ୍ୟକ ନାହିଁ । ପହଞ୍ଚିବା ସମୟରେ କିଂବା ‘ସେଲ୍ଫ୍‌-ମନିଟରିଙ୍ଗ୍‌’ ସମୟରେ ଯଦି ଉକ୍ତ ପିଲାଙ୍କ ଶରୀରରେ କୋଭିଡ୍‌ ସଂକ୍ରାନ୍ତ ଲକ୍ଷଣ ଦେଖାଦିଏ, ନିୟମ ଅନୁସାରେ ସେମାନଙ୍କର ପରୀକ୍ଷା କରାଯିବ ।

ସେହିପରି, ‘ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ୍‌ ଆଦି ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ନିମନ୍ତେ ‘ଆରଟିପିସିଆର୍‌’ ପରୀକ୍ଷା ଏବେ ଭାରତ ସରକାର ବାଧ୍ୟତାମୂଳକ କରିଛନ୍ତି । ଯଦି ଉପରୋକ୍ତ ଦେଶମାନଙ୍କରୁ ଆସୁଥିବା କୌଣସି ଯାତ୍ରୀଙ୍କଠାରେ କୋଭିଡ୍‌ ଲକ୍ଷଣ ‌ଦେଖାଦିଏ ଅଥବା ସେ ପଜିଟିଭ୍‌ ବାହାରନ୍ତି, ‌ତେବେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ।

Leave A Reply

Your email address will not be published.