ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’

0

ୟୁଏଇ; କରୋନାକୁ ନେଇ ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ । ଏଣିକି ୟୁନାଇଟେଡ୍ ଆରବ୍ ଏମିରେଟ୍ସରୁ ଆସୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍’ ଜାରି କରିଛି ନୂଆ କୋଭିଡ୍ ମାର୍ଗଦର୍ଶିକା । ଗାଇଡଲାଇନ୍ ମୁତାବକ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରୁ ଆସୁଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ଟିକା ଡୋଜ୍‌ ନେଇଥିବା ଉଚିତ । ସେମାନଙ୍କ ପାଇଁ ବାଧ୍ୟତାମୂଳକ ରହିଛି ମାସ୍କ୍‌ ପରିଧାନ ଓ ଶାରୀରିକ ଦୂରତ୍ୱ ବଜାୟ ରଖିବା ।

ଗାଇଡ୍‌ଲାଇନ୍‌ରେ ଆହୁରି ମଧ୍ୟ ଉଲ୍ଲେଖ ‌ଅଛି ଯେ, ବିମାନ ବନ୍ଦରରେ ପହଞ୍ଚି ସାରିବା ପରେ ୧୨ ବର୍ଷର କମ୍‌ ବୟସ୍କ ପିଲାମାନଙ୍କ ନିମନ୍ତେ ‘ରାଣ୍ଡମ୍‌ ଟେଷ୍ଟିଙ୍ଗ୍‌’ ଆବଶ୍ୟକ ନାହିଁ । ପହଞ୍ଚିବା ସମୟରେ କିଂବା ‘ସେଲ୍ଫ୍‌-ମନିଟରିଙ୍ଗ୍‌’ ସମୟରେ ଯଦି ଉକ୍ତ ପିଲାଙ୍କ ଶରୀରରେ କୋଭିଡ୍‌ ସଂକ୍ରାନ୍ତ ଲକ୍ଷଣ ଦେଖାଦିଏ, ନିୟମ ଅନୁସାରେ ସେମାନଙ୍କର ପରୀକ୍ଷା କରାଯିବ ।

ସେହିପରି, ‘ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ୍‌ ଆଦି ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ନିମନ୍ତେ ‘ଆରଟିପିସିଆର୍‌’ ପରୀକ୍ଷା ଏବେ ଭାରତ ସରକାର ବାଧ୍ୟତାମୂଳକ କରିଛନ୍ତି । ଯଦି ଉପରୋକ୍ତ ଦେଶମାନଙ୍କରୁ ଆସୁଥିବା କୌଣସି ଯାତ୍ରୀଙ୍କଠାରେ କୋଭିଡ୍‌ ଲକ୍ଷଣ ‌ଦେଖାଦିଏ ଅଥବା ସେ ପଜିଟିଭ୍‌ ବାହାରନ୍ତି, ‌ତେବେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ।

Leave A Reply

Your email address will not be published.