ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାରବାଟୀରେ ‘ସେଲିବ୍ରେସନ୍’

0

କଟକ; ହକି ବିଶ୍ବକପ୍ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ । ଏହି ମହାକୁମ୍ଭ ଆରମ୍ଭର ଦୁଇ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ ।

ତେବେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି । ଏଥିପାଇଁ ଆଜି ଦିନ ୧୨ଟାରୁ ପେଟିଏମ୍ ଇନସାଇଡରରେ ଏହି ଅନଲାଇନ୍ ଟିକେଟ୍ ଉପଲବ୍ଧ ହେବ । ଟିକେଟ୍ ଦାମ୍ ୨୫୦ରୁ ୫୦୦ ଟଙ୍କା ରଖାଯାଇଛି । ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ । ଉଦଘାଟନୀ ଉତ୍ସବର ନାଁ ‘ସେଲିବ୍ରେସନ୍’ ରଖାଯାଇଛି ।

ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୁର ମନୋରଞ୍ଜନ ରହିବ । ତେବେ ଏହି ଉଦଘାଟନୀ ଉତ୍ସବରେ ଜଲଓ୍ୱା ଦେଖାଇବେ ବଲିଉଡ ସୁପରଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ । ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି, ନୀତି ମୋହନ, କଣ୍ଠଶିଳ୍ପୀ ବେନୀ ଦୟାଲ ଏବଂ ବ୍ଲାକସନ୍ ଡ୍ୟାନ୍ସ ଗ୍ରୁପ ମଧ୍ୟ ବିଶ୍ବକପ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏମାନଙ୍କ ଉପସ୍ଥିତିରେ ବାରବାଟୀରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମ ବେଶ ଆକର୍ଷିତ ହେବ ।

Leave A Reply

Your email address will not be published.