ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଦୁର୍ଘଟଣାରେ କ୍ରିକେଟର୍‌ ଋଷଭ ପନ୍ତ ଆହତ

0

ନୂଆଦିଲ୍ଲୀ; ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ନିଜ ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ନାରସନ ବର୍ଡର ନିକଟରେ ଋଷଭଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇଥିଲା । ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ଡିଭାଇଡରରେ ପିଟି ହେବା ପରେ BMW କାର୍ ସମ୍ପୂର୍ଣ୍ଣ ଜଳିଯାଇଛି।

ଡାକ୍ତରମାନଙ୍କ କହିବା ଅନୁସାରେ,ପନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି ତାଙ୍କୁ ରୂଡ୍‌କୀରୁ ଦିଲ୍ଲୀକୁ ରେଫର୍‌ କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଋଷଭ ପନ୍ତଙ୍କ କାର୍‌ ରେଲିଙ୍ଗ୍‌ରେ ଧକ୍କା ଖାଇବା ପରେ ନିଆଁ ଲାଗିଯାଇଥିଲା। ବହୁ କଷ୍ଟରେ ନିଆଁ ଲିଭାଗଲା। ଦୁର୍ଘଟଣାରେ ସାଂଘାତିକ ଆହତ ହୋଇଥିବା ପନ୍ତଙ୍କୁ ମଧ୍ୟ ଦିଲ୍ଲୀ ରୋଡ୍‌ସ୍ଥିତ ‘ସକ୍ଷମ ହସ୍ପିଟାଲ୍‌’କୁ ନିଆଯାଇଥିଲା।

ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସୁନିଶ୍ଚିତ କରି କହିଛନ୍ତି ଯେ, ଦୁର୍ଘଟଣା ସମୟରେ ପନ୍ତ କାର୍‌ରେ ଏକାକୀ ଥିଲେ। କାର୍‌ରେ ନିଆଁ ଲାଗିଯିବାରୁ ସେ ସାମନା କାଚ ଭାଙ୍ଗି ବାହାରି ଆସିଥିଲେ। ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତ‌ଳକୁ ଆଘାତ ଲାଗିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥାଇ ପାରେ। ସମ୍ପ୍ରତି ତାଙ୍କୁ ଡେରାଡୁନ୍‌ସ୍ଥିତ ମ୍ୟାକ୍ସ୍‌ ହସ୍ପିଟାଲ୍‌କୁ ନିଆଯାଉଛି।

Leave A Reply

Your email address will not be published.