ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଦୁର୍ଘଟଣାରେ କ୍ରିକେଟର୍‌ ଋଷଭ ପନ୍ତ ଆହତ

0

ନୂଆଦିଲ୍ଲୀ; ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ନିଜ ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ନାରସନ ବର୍ଡର ନିକଟରେ ଋଷଭଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇଥିଲା । ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ଡିଭାଇଡରରେ ପିଟି ହେବା ପରେ BMW କାର୍ ସମ୍ପୂର୍ଣ୍ଣ ଜଳିଯାଇଛି।

ଡାକ୍ତରମାନଙ୍କ କହିବା ଅନୁସାରେ,ପନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି ତାଙ୍କୁ ରୂଡ୍‌କୀରୁ ଦିଲ୍ଲୀକୁ ରେଫର୍‌ କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଋଷଭ ପନ୍ତଙ୍କ କାର୍‌ ରେଲିଙ୍ଗ୍‌ରେ ଧକ୍କା ଖାଇବା ପରେ ନିଆଁ ଲାଗିଯାଇଥିଲା। ବହୁ କଷ୍ଟରେ ନିଆଁ ଲିଭାଗଲା। ଦୁର୍ଘଟଣାରେ ସାଂଘାତିକ ଆହତ ହୋଇଥିବା ପନ୍ତଙ୍କୁ ମଧ୍ୟ ଦିଲ୍ଲୀ ରୋଡ୍‌ସ୍ଥିତ ‘ସକ୍ଷମ ହସ୍ପିଟାଲ୍‌’କୁ ନିଆଯାଇଥିଲା।

ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସୁନିଶ୍ଚିତ କରି କହିଛନ୍ତି ଯେ, ଦୁର୍ଘଟଣା ସମୟରେ ପନ୍ତ କାର୍‌ରେ ଏକାକୀ ଥିଲେ। କାର୍‌ରେ ନିଆଁ ଲାଗିଯିବାରୁ ସେ ସାମନା କାଚ ଭାଙ୍ଗି ବାହାରି ଆସିଥିଲେ। ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତ‌ଳକୁ ଆଘାତ ଲାଗିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥାଇ ପାରେ। ସମ୍ପ୍ରତି ତାଙ୍କୁ ଡେରାଡୁନ୍‌ସ୍ଥିତ ମ୍ୟାକ୍ସ୍‌ ହସ୍ପିଟାଲ୍‌କୁ ନିଆଯାଉଛି।

Leave A Reply

Your email address will not be published.