ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସସ୍ତରରେଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି। ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସ (ଏସଏପି)ର ଡିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଅନୁଗୁଳ ଡିଆଜି ହୋଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ବର ଏପସି ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସପି ଦାୟିତ୍ବ ତୁଲାଇବେ । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁର ଏସପି ଭାବେ ବଦଳି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନା ଗଞ୍ଜାମ ଏସପି ଭାର ଗ୍ରହଣ କରିବେ । ଢେଙ୍କାନାଳ ଏସପି ଏଲ ଦିବ୍ୟାଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରିଛନ୍ତି ସରକାର ।

ନୂଆପଡ଼ା ଏପସି ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । କନ୍ଧମାଳ ଏସପି ଭୀନିତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସପି ଦାୟିତ୍ବ ମିଳିଛି । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ପଦ ମିଳିଥିଲା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛନ୍ତି । ବାଲିଗୁଡ଼ା ଏସଡିପିଓ ଗୁନ୍ଦାଲ ରେଡି ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି ହୋଇଛନ୍ତି । କେସିଙ୍ଗା ଏସଡିପିଓ ଅଭିନବ ସୋନକର କୋରାପୁଟ ଏସପି ଦାୟିତ୍ବ ସମ୍ଭାଳିବେ । ସ୍ପେଶାଲବ୍ରାଞ୍ଚ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ସରକାର ଢେଙ୍କାନାଳ ଏସପି ଭାର ଦେଇଛନ୍ତି 

Leave A Reply

Your email address will not be published.