ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଚୀନରେ ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ

0

ଚୀନ୍; ଚୀନରେ ମାଡଚାଲିଛି କରୋନା ମହାମାରୀ । ସେଠାରେ ସ୍ଥିତି ଏପରି ହୋଇଛି ଯେ ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ଜୀବନ ନେଉଛି ମହାମାରୀ । ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ । ବ୍ରିଟେନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ ଅନୁଯାୟୀ, ଚୀନରେ ଏବେ କୋଭିଡ୍ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଜାନୁଆରୀ ୨୩ ବେଳକୁ ଚୀନ୍‌ରେ ଦୈନିକ କୋଭିଡ୍ ମୃତ୍ୟୁ ସଂଖ୍ୟା ୨୫ ହଜାର ଟପିପାରେ ବୋଲି ବେଶେଷଜ୍ଞ ଆକଳନ କରିଛନ୍ତି । ତେବେ ଚୀନ୍ ଏବେ କୋଭିଡ୍ ଡାଟା ଲୁଚାଉ ଥିବାରୁ ପ୍ରକୃତ ସତ ସାମ୍ନାକୁ ଆସିପାରୁନି । ଅନ୍ୟପଟେ ବଢୁଥିବା ସଂକ୍ରମଣକୁ ନେଇ ହୁ’ ପକ୍ଷରୁ ଚିନ୍ତା ପ୍ରକଟ କରିଛି ।

ଏନେଇ ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ । ଚାଇନା ଜାଣିଶୁଣି କରୋନା ତଥ୍ୟ ସାର୍ବଜନୀନ କରୁନି ଓ ବେଜିଂ ଚାହୁଁଛି ପୂରା ବିଶ୍ୱ ପୁଣିଥରେ ସଂକ୍ରମଣ ପଞ୍ଝାରେ ପଡ଼ୁ ବୋଲି ଅଭିଯୋଗ ହୋଇଛି । ହୁ’ର ଏପରି ପଦକ୍ଷେପ ପୂର୍ବରୁ ଭାରତ, ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ୧୦ଟି ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିଲେ । ଚାଇନାରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ଏହି ୧୦ ଦେଶ ବାଧ୍ୟତାମୂଳକ କରିଛନ୍ତି। ଏହି କଟକଣା ପରେ ହୁ’ ପକ୍ଷରୁ ଚାଇନାକୁ କରୋନା ସମ୍ପର୍କରେ ଅଧିକ ତଥ୍ୟ ଦୈନିକ ଭିତ୍ତିରେ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ବିଭିନ୍ନ ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିବାରୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରିଛି। ସଂସ୍ଥା କହିଛି ଯେ, ଚାଇନାରୁ ଉପଯୁକ୍ତ ତଥ୍ୟ ଆସୁନି । ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶ ନିଜ ନାଗରିକଙ୍କ ସୁରକ୍ଷା ପାଇଁ କଟକଣା ଲଗାଉଛନ୍ତି। ଏହାକୁ ସଂଗଠନ ବୁଝିପାରୁଛି। ତଥ୍ୟ ଆସିବା ପରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ହୁ’ ଆଶା କରିଛି।

Leave A Reply

Your email address will not be published.