ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବନ୍ଧା ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

0

ଭୁବନେଶ୍ବର; ବନ୍ଧା ହେଲେ ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ରେଡ୍ ପରେ ଗିରଫ ହୋଇଛନ୍ତି ସମୀର ଠାକୁର । ସମୀରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ସମୀର ଠାକୁରଙ୍କର ଅମାପ ସମ୍ପତ୍ତି ରହିଛି । ଭବାନୀପାଟଣାରେ ବାବୁଙ୍କ ନାଁରେ ରହିଛି ୩ଟି ପ୍ଲଟ୍ । ଗୋଟେ ତିନିମହଲା ବିଲଡ଼ିଂ, ଗୋଟିଏ ଦୁଇମହଲା କୋଠା ରହିଛି । ଏହାସହ ୫୨ ଲକ୍ଷ ୫୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି ସମୀର ଠାକୁରଙ୍କ ନାଁରେ । ଘରୁ ନଗଦ ୪୯ ହଜାର ୧୬୩ ଟଙ୍କା ସହ ୨୫୦ଗ୍ରାମ୍ ସୁନା ଗହଣା ଓ୯୩୦ ଗ୍ରାମ ରୁପା ଠାବ ହୋଇଛି । ୮ଲକ୍ଷ ୫୭ହଜାର ଟଙ୍କାର ଗୋଟିଏ ୪ଚକିଆ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭାବନୀପାଟଣାର ୪ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.