ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜେଲରେ ଆତତାୟୀଙ୍କ ଗୁଳିକାଣ୍ଡ, ୧୪ ମୃତ୍ୟୁ

0

ମେକ୍ସିକୋ; ମେକ୍ସିକୋ ଜେଲରେ ଆଖିବୁଜା ଗୁଳି ମାଡ଼ । ଆତତାୟୀଙ୍କ ଗୁଳିମାଡରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କର ଜୀବନ ଚାଲିଯାଇଛି । ମେକ୍ସିକୋର ଉତ୍ତର ସ୍ୟୁଦାଦ ଜୁୟାରେଜ ସହରର ଜେଲରେ କିଛି ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଳିକାଣ୍ଡର ଫାଇଦା ଉଠାଇ ୨୪ ଜଣ କଏଦୀ ଫେରାର । ମୃତକଙ୍କ ମଧ୍ୟରେ ୧୦ଜଣ ସୁରକ୍ଷାକର୍ମୀ ହୋଇଥିବାବେଳେ ୪ଜଣ କଏଦୀ ।

ପ୍ରଥମେ ଜେଲ୍‌ ବାହାରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତତାୟୀ । ସକାଳ ୭ଟାରେ କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ସାକ୍ଷାତ କରିବାକୁ ଆସିଥିଲେ । ଏହି ସମୟରେ ଗୁଳିମାଡ଼ କରିଥିଲେ ଆତତାୟୀ । ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଜଣ ଆତତାୟୀ ଗାଡିରେ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.