ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଜେଲରେ ଆତତାୟୀଙ୍କ ଗୁଳିକାଣ୍ଡ, ୧୪ ମୃତ୍ୟୁ

0

ମେକ୍ସିକୋ; ମେକ୍ସିକୋ ଜେଲରେ ଆଖିବୁଜା ଗୁଳି ମାଡ଼ । ଆତତାୟୀଙ୍କ ଗୁଳିମାଡରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କର ଜୀବନ ଚାଲିଯାଇଛି । ମେକ୍ସିକୋର ଉତ୍ତର ସ୍ୟୁଦାଦ ଜୁୟାରେଜ ସହରର ଜେଲରେ କିଛି ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଳିକାଣ୍ଡର ଫାଇଦା ଉଠାଇ ୨୪ ଜଣ କଏଦୀ ଫେରାର । ମୃତକଙ୍କ ମଧ୍ୟରେ ୧୦ଜଣ ସୁରକ୍ଷାକର୍ମୀ ହୋଇଥିବାବେଳେ ୪ଜଣ କଏଦୀ ।

ପ୍ରଥମେ ଜେଲ୍‌ ବାହାରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତତାୟୀ । ସକାଳ ୭ଟାରେ କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ସାକ୍ଷାତ କରିବାକୁ ଆସିଥିଲେ । ଏହି ସମୟରେ ଗୁଳିମାଡ଼ କରିଥିଲେ ଆତତାୟୀ । ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଜଣ ଆତତାୟୀ ଗାଡିରେ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.