ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସମ୍ ଅଲ୍ଟିମେଟରେ ବିରଳ ଚିକିତ୍ସା

0

ଭୁବନେଶ୍ୱର, ୦୩/୦୧: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି ।ସମ୍ ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସଙ୍କ ସହିତ ଇଂଟରଭେନ୍‌ସନାଲ୍ ରେଡିଓଲୋଜିଷ୍ଟ ଡାକ୍ତର ସମ୍ବିତ୍ ପଟ୍ଟନାୟକ ଏବଂ ଡାକ୍ତର ଜିତେନ୍ଦ୍ର କୁମାର ବରାଡ ମିଳିତ ଭାବେ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି ।

ଡାକ୍ତର ଦାସ କହିଛନ୍ତି ଯେ ଓଡ଼ିଶାରେ ଏହି ପଦ୍ଧତିରେ ପ୍ରଥମ ଥର ପାଇଁ ଚିକିତ୍ସା କରାଯାଇଛି । ରୋଗୀ ଜଣକ ଆଡ୍‌ଭାନ୍ସଡ କାର୍ସିନୋମା ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ତାଙ୍କର ବାରମ୍ବାର ରକ୍ତସ୍ରାବ ହେଉଥିଲା । ତେଣୁ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ଆମକୁ ପ୍ରୋଷ୍ଟେଟିକ୍ ଧମନୀ ବନ୍ଦ କରିବାକୁ ପଡ଼ିଥିଲା । ଏହି ପ୍ରକ୍ର୍ରିୟାକୁ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ କୁହାଯାଏ ବୋଲି ଡାକ୍ତର ଦାସ କହିଛନ୍ତି ।

ପୂର୍ବରୁ ଏହିଭଳି ସମସ୍ୟା ଜଡ଼ିତ ରୋଗୀମାନଙ୍କର ଚିକିତ୍ସା ଅସ୍ତ୍ରୋପଚାର ମାଧ୍ୟମରେ କରାଯାଉଥିଲା ଯାହାଦ୍ୱାରା ରୋଗୀର ଶରୀରର ଅନ୍ୟାନ୍ୟ ଅଂଗ ଆକ୍ରାନ୍ତ ହେବାର ଅନେକ ସମ୍ଭାବନା ରହୁଥିଲା । ତେବେ ଏହି ପଦ୍ଧତି ଦ୍ୱାରା କେବଳ ପ୍ରୋଷ୍ଟେଟ୍‌କୁ ରକ୍ତପ୍ରବାହ ରୋକାଯାଇ ପାରୁଛି ବୋଲି ଡାକ୍ତର ଦାସ କହିଛନ୍ତି ।

ଏହା ଏକ ଅତ୍ୟାଧୁନିକ ନୂତନ ପ୍ରକ୍ରିୟା ଏବଂ ଚିରାଚରିତ ଅସ୍ତ୍ରୋପଚାର ଅପେକ୍ଷା ଏହାର ଅନେକ ସୁଫଳ ରହିଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।
ତଳିପେଟର ବାମ ଭାଗରେ ଏକ ଛୋଟ ଛିଦ୍ର ଦ୍ୱାରା ଫେମୋରାଲ୍ ଧମନୀ ବାଟେ ଆମେ ପ୍ରୋଷ୍ଟେଟିକ୍ ଧମନୀ ନିକଟରେ ପହଂଚିଥିଲୁ । ଏହା ପରେ ଏହି ପଦ୍ଧତିରେ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି

ଏହା ଏକ ମିନିମାଲ୍ ଇନ୍‌ଭାସିଭ୍ ପ୍ରକ୍ରିୟା ଯେଉଁଥିରେ କି ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ । ଅପରେସନ୍ ପରେ ରୋଗୀଙ୍କ ଶରୀରରେ ବିଶେଷ ସମସ୍ୟା ଦେଖାଯାଇ ନଥାଏ । ଏହା ସ୍ୱଳ୍ପ ମୂଲ୍ୟରେ କରାଯାଇପାରେ ଓ ଅନ୍ୟାନ୍ୟ ବ୍ୟାଧି ଥିବା ରୋଗୀମାନଙ୍କ କ୍ଷେତ୍ରରେ ଏହା ସୁବିଧାଜନକ ଅଟେ ବୋଲି ସେ କହିଥିଲେ ।

Leave A Reply

Your email address will not be published.